ବିଦ୍ୟୁତ ଆଘାତରେ ଯୁବକ ଗୁରୁତର

0

ଖୁଣ୍ଟା – ଖୁଣ୍ଟା ବ୍ଲକର ଅଁଳାଶୁଳି ବିଦ୍ୟୁତ ସବଷ୍ଟେସନରେ ଥିବା ଖୁଣ୍ଟିରେ ଚଢି ତାର ବାନ୍ଧୁଥିବା ବେଳେ ବିଦ୍ୟୁତ ଆଘାତ ପାଇ ସବଷ୍ଟେସନ ଉପରୁ ଖସିପଡିବା ଯୋଗୁଁ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଯୁବକ ଜଣଙ୍କ ହେଉଛନ୍ତି ନୂଆଗାଁର ପରୀକ୍ଷିତ ବେହେରାଙ୍କ ପୁଅ ସୂର୍ଯ୍ୟା (୩୫)। ସୂର୍ଯ୍ୟାଙ୍କୁ ଖୁଣ୍ଟା ଅଗ୍ନିଶମ ବାହିନୀ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଖୁଣ୍ଟା  ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା ପରେ ତାଙ୍କୁ ଅଧିକ ଚିକିତ୍ସାପାଇଁ ବାରିପଦା ମେଡିକାଲ କଲେଜକୁ ସ୍ଥାନାନ୍ତର କରଯାଇଛି। ତାଙ୍କୁ  ସହାୟତା କରୁଥିବା ଅନ୍ୟ ଜଣେ ସହଯୋଗୀ ମଧ୍ୟ ଆହତ ହୋଇଛି। ସୂର୍ଯ୍ୟା ନେସ୍କୋର ନିୟମିତ କର୍ମଚାରୀ ହୋଇ ନ ଥିବା ବେଳେ ଶୁକ୍ରବାର ପୂର୍ବାହ୍ନରେ  ଖୁଣ୍ଟା ବିଦ୍ୟୁତ ଷ୍ଟ୍ରକ୍ଚରରୁ ବିଦ୍ୟୁତ ସରବରାହ ବିଛିନ୍ନ  କରାଇ କାମ କରୁଥିଲେ ।  ତେବେ ସୂର୍ଯ୍ୟା ଉପରେ ଚଢି କାମ କରୁ ଥିବାବେଳେ କେଉଁ ପରିସ୍ଥିତିରେ ବିଦ୍ୟୁତ ସରବରାହ ପୁନଃ ସଂଯୋଗ କଲା ସେ ନେଇ ତଦନ୍ତ କରାଯିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହେଉଛି। ଏହି ଘଟଣାରେ ଉତ୍ତେଜନା ପ୍ରକାଶ ପାଇଛି।

Leave A Reply