୧୭ଟି ଜିଲ୍ଲାରେ ୩୮ଟି ନୂତନ ଆହାର କେନ୍ଦ୍ରର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର: ରାଜ୍ୟର ୧୭ଟି ଜିଲ୍ଲାରେ ୩୮ଟି ନୂତନ ଆହାର କେନ୍ଦ୍ରର ଶୁଭାରମ୍ଭ ହୋଇଛି । ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଭିଡିଓ କନ୍‌ଫରେସିଂ ଜରିଆରେ ଲୋକାର୍ପଣ କରିଛନ୍ତି । ଏହା ଦ୍ବାରା ପ୍ରତିଦିନ ପ୍ରାୟ ୧ ଲକ୍ଷ ଲୋକ ଉପକୃତ ହେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ, ୨୦୧୫ ଏପ୍ରିଲ୍‌ ୧ରେ ପ୍ରଥମ ରାଜ୍ୟ ସରକାର ପକ୍ଷରୁ ଏହି ଯୋଜନାର ଶୁଭାରମ୍ଭ ହୋଇଥିଲା । ୧୫୭ଟି ଆହାର କେନ୍ଦ୍ରରେ ଦୈନିକ ୧ ଲକ୍ଷ ଲୋକଙ୍କୁ ମାତ୍ର ୫ ଟଙ୍କାରେ ଭୋଜନ ଯୋଗାଇ ଦିଆଯାଉଛି । ୩୦ଟି ଜିଳ୍ଲାର ୧୧୪ଟି ସହରାଞ୍ଚଳରେ ଥିବା ବସଷ୍ଟାଣ୍ଡ, ରେଳ ଷ୍ଟେସନ ଏବଂ ହସ୍ପିଟାଲ ନିକଟରେ ଆହାର କେନ୍ଦ୍ର ସ୍ଥାପନ କରାଯାଇଛି । ରବିବାର ବ୍ୟତୀତ  ପ୍ରତିଦିନ ୧୧ଟାରୁ ୩ଟା ଯାଏଁ ଆହାର ଯୋଗାଇ ଦିଆଯାଉଛି । ଗତ ଡିସେମ୍ବର ୩୧ ତାରିଖରୁ ଜିଲ୍ଲା ସଦର ମହକୁମା, ଉପଖଣ୍ଡ ହସ୍ପିଟାଲ ଇତ୍ୟାଦି ପ୍ରମୁଖ ସ୍ଥାନ ନିକଟରେ ୫୬ଟି ଆହାର କେନ୍ଦ୍ରରେ ରାତିରେ ଖାଦ୍ୟ ଯୋଗାଇ ଦିଆଯାଉଛି । ଏହା ଦ୍ବାରା ଦୈନିକ ୧୫ ହଜାରରୁ ଅଧିକ ଲୋକ ଉପକୃତ ହେଉଛନ୍ତି ।

Leave A Reply