ଆମଦାନୀ ହେଉଥିବା ପିଆଜ ଉପରେ ଧୂମ ବିଶୋଧନ ସର୍ତ୍ତାବଳୀକୁ କୋହଳ କଲା କୃଷି ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ଦେଶରେ ବର୍ତମାନ ପିଆଜ ଦର ବୃଦ୍ଧିକୁ ନେଇ ଜନସାଧାରଣ ଭୋଗୁଥିବା ସମସ୍ୟାର ମୁକାବିଲା ଲାଗି ଆମଦାନୀ ହେଉଥିବା ପିଆଜ ଉପରେ ଧୂମ ବିଶୋଧନ ଏବଂ ସମର୍ଥନ ସର୍ତ୍ତାବଳୀକୁ କୋହଳ କରିବା ଲାଗି କୃଷି ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ପ୍ଲାଣ୍ଟ କ୍ବାରେଣ୍ଟିନ ନିର୍ଦ୍ଦେଶନାମା,୨୦୦୩ ଆଧାରରେ ନିମ୍ନୋକ୍ତ ସର୍ତ୍ତାବଳୀ ଅନୁଯାୟୀ ୩୦ ନଭେମ୍ବର ପର୍ଯ୍ୟନ୍ତ ଏହି ରିହାତି
ଦିଆଯିବା ଲାଗି ନିଷ୍ପତ୍ତି ହୋଇଛି।
୧. ବିନା ଧୂମ ବିଶୋଧନ ଏବଂ ସମର୍ଥନରେ ଭାରତୀୟ ବନ୍ଦରରେ ପହଞ୍ଚିଥିବା ପିଆଜର ଧୂମ ବିଶୋଧନ ଜଣେ ମାନ୍ୟତାପ୍ରାପ୍ତ ବିଶୋଧକଙ୍କ ଜରିଆରେ ଆମଦାନୀକାରୀକରାଇବେ। ଏହି ସାମଗ୍ରୀକୁ କ୍ବାରେଣ୍ଟିନ ଅଧିକାରୀଙ୍କ ଦ୍ୱାରା ଅନୁଧ୍ୟାନ କରାଯିବ ଏବଂ
ଏଥିରେ କୌଣସି ଜୀବାଣୁ ଓ ରୋଗ ନଥିବା ଜଣାପଡ଼ିଲେ ଏହାକୁ ଭାରତୀୟ ବଜାରକୁ ଛଡ଼ାଯିବ।
୨. ପିକ୍ୟୁ ଅର୍ଡର, ୨୦୦୩ ଅଧୀନରେ ରପ୍ତାନି ନିୟମର ଅନୁପାଳନ ନକଲେ ଲାଗୁ ହେଉଥିବା ୪ଥରର ଅତିରିକ୍ତ ନିରୀକ୍ଷଣ ଫି’ ଏପରି ପିଆଜ ଉପରେ ଲାଗୁ ହେବ ନାହିଁ।

Comments are closed.