ସଫଳ ହେଲା ଅଗ୍ନୀ-୨ କ୍ଷେପଣାସ୍ତ୍ରର ରାତ୍ରିକାଳିନ ବ୍ୟବହାରିକ ପରୀକ୍ଷା

ବାଲେଶ୍ୱର: ଆଇଟିଆର ଚାନ୍ଦିପୁର ପକ୍ଷରୁ ଭଦ୍ରକ ଜିଲା ଅବଦୁଲ କଲାମ ଦୀପରୁ ଆଣବିକ କ୍ଷମତା ସମ୍ପନ୍ନ ଅଗ୍ନୀ-୨ କ୍ଷେପଣାସ୍ତ୍ରର ରାତ୍ରିକାଳିନ ବ୍ୟବାହାରିକ ପରୀକ୍ଷା କରାଯାଇଛି। ସନ୍ଧ୍ୟା ପ୍ରାୟ ୭.୩୩ ମିନିଟ ସମୟରେ ଏହି ପରୀକ୍ଷା ହୋଇଥିବା ବେଳେ ପରୀକ୍ଷା ସମ୍ପୂର୍ଣ୍ଣ ସଫଳ ହୋଇଥିବା ବିଭାଗ ସୂତ୍ରରୁ ଜଣାଯାଇଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ମଧ୍ୟମ ଦୂରବର୍ତ୍ତି ବାଲାଷ୍ଟିକ କ୍ଷେପଣାସ୍ତ୍ର ସଠିକ ଲକ୍ଷ୍ୟଭେଦ କରିଥିବା ଜଣାଯାଇଛି।

ଡିଆରଡ଼ିଓ ଷ୍ଟ୍ରାଟେଜିକ କମାଣ୍ଡ ଫୋର୍ସ ପକ୍ଷରୁ ଏହି ପରୀକ୍ଷା କରାଯାଇଥିଲା। ଅଗ୍ନୀ-୨ର ଲକ୍ଷ୍ୟଭେଦ କ୍ଷମତା ୨ ହଜାର କିଲୋମିଟର ରହିଥିବା ବେଳେ ଏହାର ଓଜନ ୧୭ ଟନ ଓ ଲମ୍ବ ୨୦ ମିଟର, ମୋଟେଇ ୧.୩ ମିଟର। ଏହା ୧ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି। ଭାରତର ନିଜସ୍ୱ ଜ୍ଞାନ କୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ରର ଏହା ବ୍ୟବହାରିକ ପରୀକ୍ଷଣ। ଉତକ୍ଷେପଣ ପରେ ଏହା ଗତିପଥକୁ ଅତ୍ୟାଧୁନିକ ରାଡ଼ାର ଓ ଟେଲିମେଟ୍ରି ଷ୍ଟେସନ ସହାୟତାରେ ନିରୀକ୍ଷଣ କରାଯାଇଥିଲା।

Comments are closed.