ଆନ୍ଦୋଳନରୁ ହଟିଲେ ଶିକ୍ଷା ସହାୟକ ସଂଘ, ସରକାର ମାନିଲେ ୪ଟି ଦାବି

0

ଭୁବନେଶ୍ୱର: ଶିକ୍ଷା ସହାୟକ ସଂଘ ପକ୍ଷରୁ ଦୀର୍ଘଦିନ ଧରି ଚାଲିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ଆଜି ପ୍ରତ୍ୟାହୃତ କରାଯାଇଛି । ଆସନ୍ତା କାଲିଠାରୁ ଶିକ୍ଷା ସହାୟକମାନେ କାର୍ଯ୍ୟରେ ଯୋଗ ଦେବେ । ସେମାନଙ୍କର ୭ଟି ଦାବି ମଧ୍ୟରୁ ୪ଟି ଦାବି ରାଜ୍ୟ ସରକାର ମାନି ନେଇଛନ୍ତି । ଏଣିକି ଶିକ୍ଷା ସହାୟକଙ୍କୁ ଜୁନିୟର ଟିଚର ଭାବେ ଜଣାଯିବ ସହ ସପ୍ତମ ବେତନ କମିଶନ ଅନୁସାରେ ସହାୟକଙ୍କ ଦରମା ବୃଦ୍ଧି କରିବା ପାଇଁ ରାଜ୍ୟ ସରାକର ରାଜି ହୋଇଛନ୍ତି । ସେହିପରି ମୃତ୍ୟୁକାଳୀନ ସହାୟତା ରାଶିକୁ ବୃଦ୍ଧି କରାଯିବ ।

Leave A Reply