ପହିଲାରୁ ମହଙ୍ଗା ହେବ ମୋବାଇଲ କଲ୍‌ ଦର

ନୂଆଦିଲ୍ଲୀ : ମୋବାଇଲ ବ୍ୟବହାରକାରୀଙ୍କ ପାଇଁ ଖରାପ ଖବର ା କାରଣ ଖୁବ୍‌ ଶୀଘ୍ର ମହଙ୍ଗା ହେବ ମୋବାଇଲ କଲ୍‌ ଦର ା ବ୍ୟବସାୟକୁ ଅନୁକୂଳ କରିବା ପାଇଁ ​‌େ​‌ଦଶର ଦୁଇ ଟେଲିକମ୍‌ କମ୍ପାନୀ ​ଆସନ୍ତା ପହିଲାଠାରୁ ‌େ​‌ସମାନଙ୍କର ଟାରିଫ୍‌ରେ ‌ବୃଦ୍ଧି ଘଟାଇବାକୁ ଯାଉଛନ୍ତି ା ଏହି ଅନୁଯାୟୀ, ରିଲାଏନ୍ସ ଜିଓ ପରେ ଭୋଡାଫୋନ୍‌-ଆଇଡିଆ ଏବଂ ଭାରତୀ ଏୟାରଟେଲ୍‌ ମୋବାଇଲ କଲ୍‌ ଦର ବଢାଇବେ ା ଟେଲିକମ୍‌ ଉଦ୍ୟୋଗରେ ଜାରି ରହିଥିବା ଆର୍ଥିକ ଅସ୍ଥିରତା ଯୋଗୁ ଭୋଡାଫୋନ-ଆଇଡିଆ ଟାରିଫ ପ୍ଲାନର ମୂଲ୍ୟ ବୃଦ୍ଧି କରିବାକୁ ଘୋଷଣା କରିଛି। ଭୋଡାଫୋନ-ଆଇଡିଆ ପକ୍ଷରୁ ଜାରି ହୋଇଥିବା ଏକ ବିବୃତି ଅନୁଯାୟୀ, ଡିସେମ୍ୱର ପହିଲାରୁ କମ୍ପାନୀ ତା’ର ଟାରିଫ ପ୍ଲାନ ମୂଲ୍ୟ ବୃଦ୍ଧି କରିବାକୁ ଯାଉଛି, ଯାହାର ସିଧା ସଳଖ ପ୍ରଭାବ କମ୍ପାନୀର ୩୨ କୋଟି ଗ୍ରାହକଙ୍କ ଉପରେ ପଡିବ । ଟାରିଫ ପ୍ଲାନରେ କେତେ ପ୍ରତିଶତ ଅବା କେତେ ଟଙ୍କା ବୃଦ୍ଧି ହେବ ସେ ନେଇ କମ୍ପାନୀ କୌଣସି ସୂଚନା ଦେଇନାହିଁ । ଉଲ୍ଲେଖଯୋଗ୍ୟ ଯେ ଭୋଡାଫୋନ-ଆଇଡିଆ ଏହି ନିଷ୍ପତ୍ତି ଏନଜିଆରର ଦେୟକୁ ନେଇ କରିଛି ଯେଉଁଥିରେ ସୁପ୍ରିମକୋର୍ଟ କମ୍ପାନୀଙ୍କୁ ୯୦ ଦିନ ଭିତରେ ୪୪,୨୦୦ କୋଟି ଟଙ୍କା ପଇଠ କରିବାକୁ କହିଛନ୍ତି ।
ସୂଚନାଯୋଗ୍ୟ, ଭୋଡାଫୋନ୍‌-ଆଇଡିଆ ଏବଂ ଭାରତୀ ଏୟାରଟେଲ୍‌ର ସମ୍ମିଳିତ ତ୍ରୈମାସିକ କ୍ଷତି ୭୪,୦୦୦ କୋଟି ଟଙ୍କାରେ ପହଞ୍ଚିଛି ା କେବଳ ଭୋଡାଫୋନ୍‌-ଆଇଡିଆର କ୍ଷତି ପରିମାଣ ୫୦,୯୨୧ ​‌େକ​‌ାଟି ଟଙ୍କା ା ଅନ୍ୟପକ୍ଷରେ ଭାରତୀ ଏୟାରଟେଲ ତା’ର କ୍ଷତି ପରିମାଣ ୨୩,୦୪୫ ​କୋଟି ଟଙ୍କା ରହିଥିବା ଦର୍ଶାଇଛି ା ଭାରତୀ ଏୟାରଟେଲ ମଧ୍ୟ ଆସନ୍ତା ପହିଲାରୁ କଲ୍‌ ଦର ବୃଦ୍ଧି କରିବାକୁ ଯାଉଛି ା

Comments are closed.