ସ୍ତ୍ରୀର ମୃତ୍ୟୁ ପରେ ବିଷ ପିଇଲେ ସ୍ୱାମୀ

ନୟାଗଡ: ସ୍ତ୍ରୀର ମୃତ୍ୟୁ ପରେ ବିଷ ପିଇଦେଲେ ସ୍ୱାମୀ । ନୟାଗଡ ଜିଲ୍ଲାର ଫତେଗଡ଼ ଥାନା ଆନ୍ତର୍ଗତ ପାର୍ବତୀପୁର ଗ୍ରାମରେ ଘଟିଛି ଏଭଳି ଘଟଣା । ପରିବାର ଲୋକେ ତାଙ୍କୁ ଗୁରୁତର ଆବସ୍ଥାରେ ଭାପୁର ମେଡିକାଲରେ ଭର୍ତ୍ତି କରିଛନ୍ତି । ୩ ମାସ ତଳେ ଉଭୟଙ୍କର ବିବାହ ହୋଇଥିଲା । ସ୍ତ୍ରୀଙ୍କ ମୃତ୍ୟର କାରଣ ଜଣା ପଡିନଥିଲା ବେଳେ ପୁଲିସ ଶୁକ୍ରବାର ପାର୍ବତୀପୁର ଗ୍ରାମରୁ ତାଙ୍କ ମୃତ ଦେହ ଜବତ କରିଛି । ମହିଳାଙ୍କୁ ଶାଶୁଘର ଲୋକେ ହତ୍ୟା କରିଥିବା ତାଙ୍କ ମାମୁଘର ଲୋକେ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗକୁ ଆଧାର କରି ପୁଲିସ ତଦନ୍ତ  ଆରମ୍ଭ କରିଛି ।

Comments are closed.