କାଶ୍ମୀର ଘାଟିରେ ଦୀର୍ଘ ତିନିମାସ ପରେ ଖୋଲିଲା ସ୍କୁଲ ; ଛାତ୍ରଛାତ୍ରୀ ଖୁସି

0

ନୂଆଦିଲ୍ଲୀ : କାଶ୍ମୀର ଘାଟିରେ ବହୁ ପରିମାଣରେ ବରଫପାତ ହେବାଦ୍ୱାରା ତିନିମାସ ପର୍ଯ୍ୟନ୍ତ ବିଦ୍ୟାଳୟ ବନ୍ଦ ରହିଥିଲା। ଦୀର୍ଘ ତିନି ମାସ ପରେ କାଶ୍ମୀରରେ ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀ ଯିବା ଦୃଶ୍ୟ ଦେଖିବାକୁ ମିଳିଥିଲା। କାଶ୍ମୀର ଶିକ୍ଷା ନିର୍ଦ୍ଦେଶାଳୟ କହିବା ଅନୁସାରେ ବରଫପାତ ହେବାଦ୍ୱାରା ବିଦ୍ୟାଳୟ ବନ୍ଦ ରହିଥିଲା। ଯାହାକୁ ସୋମବାର ଖୋଲିଦିଆଯାଇଛି। ମାର୍ଚ୍ଚ ୪ତାରିଖରୁ ବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ପାଣିପାଗ ପରିବର୍ତ୍ତନ ଯୋଗୁଁ ଏହାକୁ ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା।
ଦୀର୍ଘ ତିନି ମାସ ପରେ ଛାତ୍ରଛାତ୍ରୀ ସ୍କୁଲ ଯିବାକୁ ବହୁତ ଖୁସି ଥିବା ଦେଖିବାକୁ ମିଳିଥିଲା। ଏହାସହ ବିଦ୍ୟାଳୟରେ ଶିକ୍ଷକ ତାଙ୍କୁ ସ୍ୱାଗତ କରୁଥିବା ଦେଖିବାକୁ ମିଳିଛି। ଫେବୃଆରୀ ୧୪ ତାରିଖରେ ପୁଲୱାମା ଆକ୍ରମଣରେ ୪୦ ଜଣ ସିଆରିଏଫ ଯବାନ ସହିଦକୁ ନେଇ କାଶ୍ମୀର ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।

Leave A Reply