ବିନା ଟଙ୍କାରେ ଘରକୁ ନିଅନ୍ତୁ ଏହି କାର

0

ନୂଆଦିଲ୍ଲୀ : କାର କିଣିବା ନେଇ ସମସ୍ତଙ୍କ ଇଚ୍ଛା ଥିଲେ ମଧ୍ୟ ଅର୍ଥ ସମସ୍ତଙ୍କ ପାଇଁ ବାଧକ ସାଜିଥାଏ। କିନ୍ତୁ ବର୍ତ୍ତମାନ ଆଉ ଏଭଳି ଚିନ୍ତା କରିବାକୁ ପଡିବନି। କାରଣ ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ଫୋର୍ଡ ନିଜର ଫ୍ରିଷ୍ଟାଇଲ, ଆସପାଏର ଓ ଇକୋସ୍ପୋର୍ଷ୍ଟସ ମଡେଲ ଗ୍ରାହକ ପାଇଁ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରିଛି। କିଛି ବି ଅର୍ଥ ନ ଦେଇ ଆପଣ ଏହି କାର ସବୁ କିଣିପାରିବେ। କମ୍ପାନୀର ଅଫର ଅନୁସାରେ ଫେବୃଆରୀ ୨୮ ତାରିଖ ଭିତରେ ଗ୍ରାହକ ଏହି ଅଫରର ଫାଇଦା ନେଇ ପାରିବେ। ଏହି ଅଫର ଭାରତର ସମସ୍ତ ଡିଲର୍ସ ମାନଙ୍କରେ ଉପଲବ୍ଧ ରହିଛି। ଏହି ଅଫରରେ ଗ୍ରାହକ ଗାଡି କିଣିବାର ୧୦୦ ଦିନ ଭିତରେ ଡାଉନପେମେଣ୍ଟ କରିପାରିବେ। ଏହି କାର ୧୦ ହଜାର କିମ୍ବା ୨୦ ହଜାର କିମି ପରେ ସର୍ଭିସ୍‍ କରିପାରିବେ। ଏହି କାରରେ ଡୁଅର ଏୟାରବେସ, ଏବିଏସ୍‍ ସହ ଇବିଡି, ରିମୋଟ ସେଣ୍ଟର ଲିକିଂ, ସ୍ପିଡ ସେନସର ଡେର ଲକ୍‍, ମାନୁଏଲ ଏସି, ୧୨ ବୋଲ୍ଡ ପୋଷ୍ଟ, ରିଅର ପାର୍କିଂ ସେନସର, ଫେବ୍ରିକ ସିଟ୍‍, ଫ୍ରଣ୍ଟ ପାୱାର ୱେଣ୍ଡଣ୍ଡୋଜ୍‍ ଭଳି ବହୁ ସୁବିଧା ରହିଛି।

Leave A Reply