ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କ ର‍୍ୟାଲିରେ ଆତ୍ମଘାତୀ ବିସ୍ଫୋରଣ; ୨୪ ମୃତ

0

କାବୁଲ : ଆଫଗାନିସ୍ତାନ ପରୱାନ ସହରରେ ମଙ୍ଗଳବାର ରାଷ୍ଟ୍ରପତି ଅଶରଫ ଘାନୀଙ୍କ ର‍୍ୟାଲିରେ ଆତ୍ମଘାତୀ ବୋମା ବିସ୍ଫୋରଣ ଘଟିଛି। ଏଥିରେ ଅନ୍ୟୁନ୍‍ ୨୪ ଜଣଙ୍କ ମୃତ୍ୟୁ ଘଟିଛି ଓ ୧୦ ଜଣ ଗୁରୁତର ହୋଇଛନ୍ତି।

ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ମୁଖପାତ୍ର ହାମିଦ ଅଜିଜ କହିଛନ୍ତି ଯେ ଆତ୍ମଘାତୀ ବିସ୍ଫୋରଣରେ ରାଷ୍ଟ୍ରପତି ଅଶରଫ ଘାନୀଙ୍କ କୌଣସି କ୍ଷତି ହୋଇନାହିଁ। ବିସ୍ଫୋରଣ ବେଳେ ରାଷ୍ଟ୍ରପତି ସେଠାରେ ଉପସ୍ଥିତ ଥିଲେ। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରଦେଶ ସରକାରଙ୍କ ମୁଖପାତ୍ର ୱାହିଦା ଶାହକର ସୂଚନା ଦେଇଛନ୍ତି ଯେ ରାଷ୍ଟ୍ରପତିଙ୍କ ର‍୍ୟାଲି ଚାଲିଥିବାବେଳେ ଆତ୍ମଘାତୀ ବିସ୍ଫୋରଣ ଘଟିଥିଲା। ର‍୍ୟାଲିସ୍ଥଳର ଫାଟକ ନିକଟରେ ବୋମା ବିସ୍ଫୋରଣ ହୋଇଥିଲା। ଏହାପରେ ଲୋକେ ଧାଁ-ଦୌଡ଼ କରିଥିଲେ ଓ ଏଥିରେ କିଛି ଲୋକ ଆହତ ହୋଇଛନ୍ତି। ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ବିସ୍ପୋରଣ ପାଇଁ ନିଜକୁ ଦାୟୀ କରିନାହାନ୍ତି। ଆଫଗାନିସ୍ତାନରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଏବେ ପ୍ରଚାର ଚାଲିଥିବାବେଳେ ଆତଙ୍କବାଦୀ ସଂଗଠନଗୁଡ଼ିକ ଗଣତାନ୍ତ୍ରିକ ପ୍ରକ୍ରିୟା ଉପରେ ଆକ୍ରମଣ କରୁଛନ୍ତି। ସେହିପରି ମଙ୍ଗଳବାର ଆଉ ଏକ ବିସ୍ଫୋରଣ ପିଡି ୯ ସହରର ଆମେରିକା ଦୂତାବାସ ନିକଟରେ ହୋଇଛି। ଏହି ବିସ୍ଫୋରଣରେ କେହି ମୃତ କିମ୍ବା ଆହତ ହୋଇଥିବାର ସୂଚନା ମିଳିନାହିଁ।

Leave A Reply