ମୋହନା ଓକିଲ ସଂଘ ପକ୍ଷରୁ ପଞ୍ଚମ ବାର୍ଷିକ ଉତ୍ସବ ପାଳିତ

0

ମୋହନା: ଗଜପତି ଜିଲ୍ଲା ମୋହନା ଓକିଲ ସଂଘ ପକ୍ଷରୁ ସଭାପତି ରବିନ୍ଦ୍ର କୁମାର ନାୟକଙ୍କ ସଭାପତିତ୍ୱରେ ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ବିଚାରପତି ମାନସ କୁମାର ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଓକିଲ ସଂଘ କୋଷାଧ୍ୟକ୍ଷ ତଥା ସରକାରୀ ଓକିଲ ବୈଦ୍ୟନାଥ ସିଂ, ସରକାରୀ ଓକିଲ ଆଦିତ୍ୟ ନାରାୟଣ ତ୍ରୀପାଠୀ, ପୂର୍ବତନ ସଭାପତି ରାଜେନ୍ଦ୍ର କୁମାର ନାୟକ, ସିମାଚଂଳ କାର୍ଯୀ, ସଂଘ ସମ୍ପାଦକ ବିଳାସ ନାୟକ, ସଂଘ ଉପସଭାପତି ସୁଶାନ୍ତ ମଲ୍ଲିକ, ବରିଷ୍ଠ ଓକିଲ ସୁଦର୍ଶନ ସାହୁ, ସନ୍ତୋଷ କୁମାର ପାଢୀ, ମଧୁସୁଦନ ପାଢୀ, ହନି ବିଷୋୟୀ, ଯୋଶେଫ ମାଝୀ, ଯୋନାଥନ ଲିମା ଆଦି ଓକିଲ ବନ୍ଧୁମାନେ ଉପସ୍ଥିତ ଥିଲେ । ମୋହନା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ପଞ୍ଚମ ବାର୍ଷିକି ଉତ୍ସବ କାର୍ଯ୍ୟକ୍ରମରେ ଅତିଥିମାନେ ତଥା ବିଚାରପତି ବିଭିନ୍ନ ପ୍ରସଙ୍ଗରେ ଆଜକୁ ୫ ବର୍ଷ ତଳେ ଜନ୍ମ ଲାଭ କରିଥିବା ଅଦାଲତ ଆଜି ମୋହନାବାସୀଙ୍କ ପାଇଁ ଆର୍ଶିବାଦ ସଦୃଶ୍ୟ ଦେଖାଦେଇଛି ।

ବିଭିନ୍ନ ସମୟରେ ଅଞ୍ଚଳବାସୀ ବିଭିନ୍ନ ମାମଲାରେ ୬୦ ରୁ ୧୦୦ କିଲୋ ମିଟର ପର୍ଯ୍ୟନ୍ତ ରା.ଉଦୟଗିରି କୋର୍ଟକୁ ଅଧିକ ଖର୍ଚ୍ଚାନ୍ତ ଓ ସମୟ ଅପଚୟ କରି ଯିବାକୁ ପଡୁଥିଲା । ଆଜି କିନ୍ତୁ ସେ ସବୁ ଅସୁବିଧା ଦୂର ହୋଇପାରିଛି । ସଂଘ ମଧ୍ୟରେ ଭେଦ ଭାବ, ବାଛ ବିଚାର ନରଖି ଏକ ହୋଇ ଚଳିବା ସହିତ ଅଂଚଳର ସାଧାରଣ ଲୋକଙ୍କ ପାଇଁ ସେବା କରିବା, ନୂତନ ଭାବେ ନିର୍ମିତ ହୋଇଥିବା କୋଠାକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ଚେଷ୍ଟା କରିବା ଏବଂ ପୂର୍ବଦିନର ପୁରୁଣା କଥାକୁ ଭୁଲିଯିବା ସହିତ ବିଚାରପତି ଶ୍ରୀ ପଣ୍ଡା ସାମ୍ବାଦିକ ମାନଙ୍କ ଯୋଗୁଁ ମୋହନା ଅଂଚଳରେ ଦୁର୍ନିତି ବହୁ ମାତ୍ରାରେ କମି ଯାଇଥିବା, ସାମ୍ବାଦିକମାନେ ନିରପେକ୍ଷଭାବେ କାର୍ଯ୍ୟକରିବା ସହିତ ପ୍ରତ୍ୟେକ କ୍ଷେତ୍ରରେ କର୍ତ୍ତୁବାଚକଭାବେ କାମ କରିବା, ଅଦାଲତ ହେବା ଦ୍ୱାରା ଓକିଲ ବନ୍ଧୁମାନେ ଲାଭବାନ, ସାଧାରଣ ଲୋକେ ଉଚିତ ସେବା ପାଇବା ଏବଂ ସେବା ସମିତି ଦ୍ୱାରା ଗରିବ ଲୋକମାନେ ଅଧିକ ଫାଇଦା ପାଇବା ସମ୍ପର୍କରେ ମତ ବ୍ୟକ୍ତ କରିଥିଲେ । ଓକିଲ ସଂଘ ସଭାପତି ରବିନ୍ଦ୍ର କୁମାର ନାୟକ ସଂଗ୍ରାମୀ କେବେ ହାରେନି, ସଂଗ୍ରାମୀ କେବେ ମରେନି ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଏହି ଉତ୍ସବରେ ଓକିଲ ସଂଘର ବନ୍ଧୁମାନଙ୍କ ସହିତ ସାମ୍ବାଦିକ ବନ୍ଧୁ ଓ କୋର୍ଟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave A Reply