୫୦୦ଟଙ୍କାରେ ବିକ୍ରି ହେଉଛି ଆଧାର ସଫ୍ଟୱେର

0

ନୂଆଦିଲ୍ଲୀ : ୟୁଆଇଡି ଡାଟାବେସ୍‌ରେ ନୂଆ ନାମ ସଂଯୋଗ ଓ କିମ୍ବା ପୂର୍ବରୁ ଥିବା ନାମରେ କୌଣସି ପ୍ରକାର ସଂଶୋଧନ ପାଇଁ ଉଦ୍ଦିଷ୍ଟ ବିକଶିତ ଆଧାର ପଞ୍ଜୀକରଣ ସଫ୍ଟୱେରକୁ ଏବେ ୫୦୦ରୁ ୨୦୦୦ଟଙ୍କାରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି। ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଆଧାର ସଫ୍ଟୱେର ବଜାରରେ ଉପଲବ୍ଧ ହେଉଛି। ଏହି ସଫ୍ଟୱେର ଦ୍ୱାରା ଯେ କେହି ନୂଆ ଆଧାର ନମ୍ବର ସୃଷ୍ଟି କରାଯାଇପାରିବ। ଯାହାକୁ ଜଣେ ନିଜର ପରିଚୟପତ୍ର ଭାବେ ଉପଯୋଗ କରିପାରିବ। ଏହା ଦେଶର ଜାତୀୟ ସୁରକ୍ଷା ପ୍ରତି ବଡ ବିପଦ ସୃଷ୍ଟି କରିବା ଭଳି ବିଷୟ।

Leave A Reply