ଦୁଇ ମନ୍ତ୍ରୀଙ୍କୁ ଅତିରିକ୍ତ ଦାୟିତ୍ବ

0

ଭୁବନେଶ୍ୱର : କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଇସ୍ତଫା ପତ୍ରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରହଣ କରିଛନ୍ତି। ସେ ମହରଥୀଙ୍କ ଇସ୍ତଫା ପତ୍ରକୁ ରାଜ୍ୟପାଳଙ୍କ ନିକଟକୁ ପଠାଇ ଦେଇଛନ୍ତି । ଅନ୍ୟପକ୍ଷରେ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ଓ ଶଶୀ ଭୂଷଣ ବେହେରାଙ୍କୁ ମହାରଥୀଙ୍କ ବିଭାଗର ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି।

ଅର୍ଥ ମନ୍ତ୍ରୀ ଶଶୀ ଭୂଷଣ ବେହେରାଙ୍କୁ କୃଷି, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗର ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । ସେହିପରି ଅନୁସୂଚିତ ଜାତି ଓ  ଜନଜାତି ବ୍ୟାପାର ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ବିଭାଗର ଦାୟିତ୍ବ ଦିଆଯାଇଛି।

 

Leave A Reply