ଭୁବନେଶ୍ୱରରେ ଅତ୍ୟାଧୁନିକ ଦକ୍ଷତା ବିକାଶ ପ୍ରଶିକ୍ଷଣ କେନ୍ଦ୍ର ; ଏଡିବି ଦେବ ୮ କୋଟି ୫୦ ଲକ୍ଷ ଡଲାରର ଋଣ

0

ନୂଆଦିଲ୍ଲୀ : ଓଡ଼ିଶାରେ ଶିଳ୍ପ ଅନୁକୂଳ ଦକ୍ଷତା ବିକାଶ ବ୍ୟବସ୍ଥାର ଉନ୍ନତି ପାଇଁ କେନ୍ଦ୍ର ସରକାର ଏବଂ ଏସୀୟ ଉନ୍ନୟନ ବ୍ୟାଙ୍କ (ଏଡିବି) ମଧ୍ୟରେ ୮ କୋଟି ୫୦ ଲକ୍ଷ ଡଲାରର ଏକ ଋଣ ରାଜିନାମା ସ୍ୱାକ୍ଷରିତ ହୋଇଛି। ଏହି ଋଣ ସହାୟତାରେ ଭୁବନେଶ୍ୱରଠାରେ ଏକ ଅତ୍ୟାଧୁନିକ ଦକ୍ଷତା ବିକାଶ ପ୍ରଶିକ୍ଷଣ କେନ୍ଦ୍ର ଏବଂ ବିଶ୍ୱ କୌଶଳ କେନ୍ଦ୍ର (ଡବ୍ଲୁଏସ୍‍ସି) ପ୍ରତିଷ୍ଠା କରାଯିବ।

କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ସମୀର କୁମାର ଖାରେ ଏବଂ ଏଡିବିର ଇଣ୍ଡିଆ ରେସିଡେଣ୍ଟ ମିଶନ୍‍ର ଭାରତ ମୁଖ୍ୟ କେନିଚି ୟୋକୋୟାମାଙ୍କ ମଧ୍ୟରେ ଗତକାଲି ନୂଆଦିଲ୍ଲୀଠାରେ ଓଡ଼ିଶା ଦକ୍ଷତା ବିକାଶ ରାଜିନାମା ସ୍ୱାକ୍ଷରିତ ହୋଇଛି। ଉତ୍ପାଦନ, ନିର୍ମାଣ ଏବଂ ସାଧାରଣ ନିଯୁକ୍ତି ଭଳି ପ୍ରାଥମିକତା କ୍ଷେତ୍ରଗୁଡ଼ିକରେ ଦେଢ଼ଲକ୍ଷରୁ ଅଧିକ ଲୋକଙ୍କୁ ଏହି ପ୍ରକଳ୍ପ କୌଶଳ ଶିକ୍ଷା ପ୍ରଦାନ ଦିଗରେ ସହାୟକ ହେବ। କୌଶଳ କେନ୍ଦ୍ର ୧୩ ହଜାର ଛାତ୍ରଛାତ୍ରୀଙ୍କୁ ୮ଟି ପ୍ରଶିକ୍ଷଣ ପାଠ୍ୟକ୍ରମରେ ସାମିଲ କରାଇବା ସହ ୫ ହଜାର ଶିକ୍ଷକଙ୍କୁ ତାଲିମ ପ୍ରଦାନ କରିବ।

Leave A Reply