ଅଡବା : ପ୍ରେମିକାକୁ ଟାଙ୍ଗିଆରେ ହାଣି ହତ୍ୟା ଘଟଣା

0

ମୋହନା : ଅଡବା ଥାନା ଅନ୍ତର୍ଗତ ପାଣିଗଣ୍ଡା ପଞ୍ଚାୟତ ଅଧିନ ବୁଢାଡିହ ଗ୍ରାମର ଶୋଇଥିବା ଅବସ୍ଥାରେ ପ୍ରେମିକାକୁ ଟାଙ୍ଗିଆରେ ହାଣି ହତ୍ୟା ଘଟଣାରେ ପ୍ରେମିକ ମିଟୁକୁ ଅଡବା ପୁଲିସ ମଙ୍ଗଳବାର ଦିନ ଗିରଫ କରି ବୁଧବାର ରା.ଉଦୟଗିରି କାରାଗାରକୁ ପଠାଇଥିଲା। ଅଡବା ଥାନା ପୁଲିସ ଦ୍ୱିତୀୟ ପ୍ରେମିକା ଜନନୀ ମଣ୍ଡଳକୁ ଥାନାରେ ଅଟକ ରଖି ପଚରା ଉଚରା କରୁଥିଲା। ଗୁରୁବାର ଦିନ ଜନନୀ ମଧ୍ୟ ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ପୁଲିସ ଅନୁସନ୍ଧାନରୁ ଜାଣିପାରି ତାକୁ ପାରଳାଖେମୁଣ୍ଡିସ୍ଥିତ ଜୁବିନାଲ କୋର୍ଟକୁ ପଠାଯାଇଥିବା ଅଡବା ଥାନା ଅଧିକାରୀ ମୁକେଶ ଲାକ୍ରା କହିଛନ୍ତି।

Leave A Reply