ଦାରିଦ୍ର୍ୟର କରୁଣ ଚିତ୍ର : ୨ ଶିଶୁଙ୍କୁ ବିଷ ଦେଇ ମାଆର ଆତ୍ମହତ୍ୟା

0

ମାଲକାନଗିରି:  ଦରିଦ୍ରତା ଦୂରିକରଣ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନ କରୁଥିବଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅଭାବ ଅନଟନ ପାଇଁ ଲୋକେ ପ୍ରାଣ ହରାଉ ଥିବା ଦେଖିବାକୁ ମିଳିଛି । ସେହିପରି ଏକ ଘଟଣା ମାଲକାନଗିରି ଜିଲା କାଲିମେଳା ବ୍ଲକ୍ ଅନ୍ତର୍ଗତ ତେଳରାଇ ଗ୍ରାମରେ ଶନିବାର ଘଟିଯାଇଛି । ଦାରିଦ୍ରତା କାରଣରୁ ଜଣେ ମାଆ ନିଜର ଜନ୍ମ କଲା ଦୁଇ ଶିଶୁକୁ ବିଷ ଦେବା ସହ ନିଜେ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଦୁଇଟି ଶିଶୁ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କାଲିମେଳା ମେଡିକାଲରେ ଭର୍ତ୍ତି କରାଯଆଇଛି । ଏନେଇ ଅଧିକ ଖବର ହସ୍ତଗତ ହୋଇନଥିବା ବେଳେ ଦାରିଦ୍ର୍ୟତା ଯୋଗୁଁ ବିଷ ପିଇଥିବା ପଡ଼ୋଶୀ ସନ୍ଦେହ କରୁଛନ୍ତି ଗଣମାଧ୍ୟମ ପ୍ରତିନିଧିକୁ କହିଛନ୍ତି । ମୃତ ମହିଳା ହେଲେ ମୁକେ ପଡିଆମି ଓ ମୃତ ଶିଶୁ ନାମ ମୁନା ପଡିଆମି ବୋଲି ଜଣାପଡିଛି ।

Leave A Reply