ମଣିପୁର ଗୋଷ୍ଠୀବଦ୍ଧ ହିଂସା ଘଟଣାରେ ୪ପୁଲିସ ନିଲମ୍ବିତ

0

ଇମ୍ଫାଲ : ମୋଟର ସାଇକଲ ଚୋରି ସନ୍ଦେହରେ ଜଣେ ଏମ୍‍ବିଏ ଛାତ୍ର ଫାରୁକ ଖାଁ ଗୋଷ୍ଠୀବନ୍ଧ ହିଂସାର ଶିକାର ହେବା ଘଟଣାରେ ୪ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ସେମାନଙ୍କ ଉପସ୍ଥିତିରେ ମଣିପୁରର ଥାରୋଇଜାମ୍‍ଠାରେ ଲୋକେ ଫାରୁକଙ୍କୁ ପିଟିପିଟି ମାରି ଦେଇଥିଲେ ବୋଲି ସାମାଜିକ ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିବା ପରେ ସରକାର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଗୁରୁବାର ଲୋକେ ଫାରୁକଙ୍କୁ ନିର୍ଦୟ ଭାବେ ପିଟୁଥିବାବେଳେ ଜଣେ ସବ୍‍ଇନ୍ସପେକ୍ଟର ଓ ତଙ୍କ ସହକର୍ମୀମାନେ ଉପସ୍ଥିତ ଥିଲେ। ସେମାନେ ଜନତାଙ୍କୁ ଅଟକାଇ ନଥିଲେ କିମ୍ବା ଫାରୁକଙ୍କୁ ଡାକ୍ତରଖାନା ନେଇ ନଥିଲେ। ଏହି ଘଟଣାରେ ଜଣେ ପୁଲିସ କର୍ମଚାରୀଙ୍କ ସହିତ ୫ଜଣଙ୍କୁ ଗିରଫ କରାଯାଇଛି।

Leave A Reply