ବିଧାୟିକା ରୀତା ସାହୁଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ

0

ହରଭଙ୍ଗା: ବିଜେପୁର ବିଧାୟିକା ରୀତା ସାହୁଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ବିଧାୟିକା ରୀତା ସାହୁଙ୍କ ସମେତ ଅନ୍ୟ ୫ ଜଣ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ ପୁରୁଣା କଟକ ହାଇସ୍କୁଲ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ବେଳେ ଗାଡିରେ ବିଧାୟିକାଙ୍କ ସମେତ ତାଙ୍କ ପୁଅ, କିଛି ସହଯୋଗୀ ଓ ଗାଡି ଚାଳକ ଉପସ୍ଥିତି ଥିଲେ । ତେବେ ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ସମସ୍ତେ ସାମାନ୍ୟ ଆହତ ହୋଇଥିଲେ । ପ୍ରାଥମିକ ଚିକିତ୍ସା ପରେ ବର୍ତ୍ତମାନ ସମସ୍ତେ ସୁସ୍ଥ ଥିବା ଜଣାପଡିଛି । ଶୁକ୍ରବାର ପୁରୀରେ ଅନୁଷ୍ଠିତ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ କାଳିଆ ଯୋଜନାରେ ଯୋଗ ଦେବାକୁ ବିଧାୟିକା ପୁରୀ ଅଭିମୁଖେ ଯାତ୍ରା କରୁଥିଲେ ବୋଲି ସୂଚନା ମିଳିଛି ।

Leave A Reply