କାଳ ହେଲା ଘନ କୁହୁଡି; ସଡକ ଦୁର୍ଘଟଣାରେ ଚାଲିଗଲା ୭ ଜୀବନ

0

ନୂଆଦିଲ୍ଲୀ: ହରିୟାଣାର ଅମ୍ବାଲା-ଚଣ୍ଡିଗଡ଼ ଜାତୀୟ ରାଜପଥରେ ଶନିବାର ଭୋର ପ୍ରାୟ ୪ଟାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣାର କାରଣ ଘନ କୁହୁଡି ବୋଲି କୁହାଯାଉଛି ।

ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ଏହି ଦୁଇଟି ଗାଡି ଛଣ୍ଡିଗଡରୁ ବୃନ୍ଦାବନ ଯାଉଥିଲେ । ରାସ୍ତାରେ ଗାଡି ଖରାପ ହେବାରୁ ଜାତୀୟ ରାଜପଥ ଅମ୍ବଲା ନିକଟରେ ଗାଡି ଦୁଇଟି ଠିଆ ହୋଇଥିଲା । ଏହି ସମୟରେ ପଛରୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଫଳରେ ଦୁଇଟି ଗାଡିରେ ଥିବା ଯାତ୍ରୀ ଗୁରୁତର ଭାବରେ ଆହତ ହୋଇଥିଲେ । ଆହତଙ୍କ ଚିତ୍କାର ଶୁଣି ସ୍ଥାନୀୟ ଅଞ୍ଚଳର ଲୋକେ ସେମାନଙ୍କୁ ଉଦ୍ଧାର କରି ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଜିଲା ଚିକତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ୭ ଜଣଙ୍କୁ ମୃତ ଘୋଷଣା କରିଥିଲେ । ସେମାନଙ୍କ ମଧ୍ୟରେ ୩ ଜଣ ଶିଶୁ ରହିଛନ୍ତି । ଏହି ଦୁର୍ଘଟଣାରେ ପୁଲିସ ନଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Leave A Reply