ଏହି ଖାଦ୍ୟ ଖାଇଲେ ଦୂର ହୋଇଥାଏ ଏସିଡ଼ିଟି

0

ଦୈନନ୍ଦିନ ଜୀବନରେ ସାଧାରଣତଃ ଠିକ ଭାବେ ଓ ଠିକ ସମୟରେ ଖାଦ୍ୟ ନ ଖାଇବା ଦ୍ୱାରା ଏସିଡ଼ିଟି ହୋଇଥାଏ। ଏହା ଦ୍ୱାରା ଗଳା ପୋଡ଼ା ହୁଏ। ଖାଦ୍ୟ ଖାଇବାକୁ ଆଗ୍ରହ ହୋଇ ନ ଥାଏ। ପେଟ ମଧ୍ୟ ବ୍ୟଥା ହୋଇଥାଏ। ମାତ୍ର ବହୁ ଏପରି ଖାଦ୍ୟ ଅଛି ଯାହାକୁ ଖାଇବା ଦ୍ୱାରା ଏହି ଏସିଡ଼ିଟିରୁ ମୁକ୍ତି ମିଳିଥାଏ।
ତରଭୁଜ – ତରଭୁଜ ଏସିଡ଼ିଟି କମାଇବା ପାଇଁ ଖୁବ ଲାଭ ଦାୟକ ଅଟେ। ଏଥିରେ ଅଧିକ ଜଳୀୟ ଅଂଶ ରହିଥାଏ। ଏହା ପେଟକୁ ଥଣ୍ଡା ରହେ ଓ ଏସିଡ଼ିଟି କମାଇଥାଏ।
ପଇଡ଼ ପାଣି – ପଇଡ଼ ପାଣି ଖୁବ ଉପକାରୀ ଅଟେ। ଏହାକୁ ପ୍ରତି ୨ କିମ୍ବା ୩ ଦିନକୁ ଥରେ ପିଇଲେ ଏହା ଏସିଡ଼ିଟିକୁ ବହୁ ମାତ୍ରାରେ ଭଲ କରିଥାଏ।
କଦଳୀ – ଏଥିରେ ଅଧିକ ପରିମାଣରେ ଆଇରନ ଥାଏ। ଏହାକୁ ଖାଇବା ଦ୍ୱାରା ଏସିଡ଼ିଟିରୁ ମୁକ୍ତି ମିଳିଥାଏ।
କାକୁଡ଼ି – ଏଥିରେ ଜଳୀୟ ଅଂଶ ଥିବାରୁ ଏହା ପେଟକୁ ଥଣ୍ଡା ରଖେ, ଯାଦ୍ୱାରା ଏସିଡ଼ିଟିକୁ କମାଇଥାଏ।
ପାଣି – ପ୍ରତିଦିନ ୫ରୁ ୮ ଲିଟର ପାଣି ପିଇବା ନିତ୍ୟାନ୍ତ ଜରୁରୀ ଅଟେ। ଏହା ଦ୍ୱାରା ଶରୀରରେ ଏସିଡ଼ିଟିର ମାତ୍ରା ସଂପୂର୍ଣ୍ଣ କମିଯାଏ।

Leave A Reply