ଏସିଡିଟିରୁ ରକ୍ଷା ପାଇବାର ଘରୋଇ ଉପାୟ

0

ସ୍ବାଦିଷ୍ଟ ଖାଦ୍ୟ ଖାଇବା ଯୋଗୁଁ ଏସିଡିଟି ସମସ୍ୟା ଦେଖା ଦେଇଥାଏ। ଅଧିକ ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ମଧ୍ୟ ଏହି ସମସ୍ୟା ହୋଇଥାଏ। ଏସିଡିଟିରୁ ରକ୍ଷା ପାଇବା ପାଇଁ କିଛି ଘରୋଇ ଉପାୟର ସାହାର୍ଯ୍ୟ ନେବା ଉଚିତ। କାରଣ ବଜାରରେ ମିଳୁଥିବା ଔଷଧ ଖାଇବା ସବୁବେଳେ ଶରୀର ପାଇଁ ସଠିକ ହୋଇନଥାଏ। ଘରୋଇ ଉପାୟ କରିବା ଦ୍ବାରା ଏସିଡିଟି ସମସ୍ୟା ଦୂର ହେବା ସହ ତାହା ଶରୀର ପାଇଁ ଉତ୍ତମ ହୋଇଥାଏ।

ତୁଳସୀ ପତ୍ର : ତୁଳସୀ ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି। ଏସିଡିଟି ସମସ୍ୟା ହେଲେ ତୁଳସୀ ପତ୍ରକୁ ପାଣିରେ ପକାଇ କିଛି ସମୟ ଫୁଟାନ୍ତୁ। ସେହି ତୁଳସୀ ପାଣିକୁ ଚା ପରି ପିଅନ୍ତୁ। ଏପରି କରିବା ଦ୍ବାରା ଏସିଡିଟି ସମସ୍ୟାରୁ ଉପଶମ ମିଳିଥାଏ।ଡାଲଚିନି : ପାଚନ କ୍ରିୟାକୁ ଠିକ ରୂପେ ପରିଚାଳିତ କରିବା ପାଇଁ ଡାଲଚିନିର ବ୍ୟବହାର ଲାଭଦାୟକ ଅଟେ। ଡାଲଚିନିର ଚା ପିଇବା ଦ୍ବାରା ପାଚନ ତନ୍ତ୍ର ସଠିକ ରହିଥାଏ। ଏହାସହ ଏସିଡିଟି ସମସ୍ୟାରୁ ଦୂରରେ ରଖିଥାଏ।

ଲବଙ୍ଗ : ଲବଙ୍ଗରେ ଅନେକ ଆୟୁର୍ବେଦିକ ଗୁଣ ରହିଛି। ଏହାର ବ୍ୟବହାର ଦ୍ବାରା ଏସିଡିଟି ପରି ସମସ୍ୟାରୁ ରକ୍ଷା ମିଳିଥାଏ। ନିଜ ଖାଦ୍ୟ ଓ ଡାଲିରେ ଲବଙ୍ଗର ଛୁଙ୍କ କରିବା ଦ୍ବାରା ତାହା ଖାଦ୍ୟଦ୍ରବ୍ୟକୁ ଅଧିକ ସ୍ବାଦିଷ୍ଟ କରିଥାଏ। ଏହାସହ ପାଚନ କ୍ରିୟା ସଠିକ ହୋଇଥାଏ।ଜୀରା : ଜୀରା ଏସିଡିଟି କମ୍ କରିବା ସହ ପେଟ ଦରଜ ହେଉଥିଲେ ସେଥିରୁ ରକ୍ଷା କରିଥାଏ। ପ୍ରତିଥର ଖାଦ୍ୟ ଖାଇସାରିବା ପରେ ପାଣିରେ ଜୀରା ପକାଇ ଫୁଟାଇ ପିଇବା ଉଚିତ। ଏପରି କରିବା ଦ୍ବାରା ଏସିଡିଟି ପରି ସମସ୍ୟା ଦୂର ହୋଇଥାଏ।

Leave A Reply