ସଡ଼କ ଦୁର୍ଘଟଣାରେ ୩ ଆହତ

0

ଝାରସୁଗୁଡ଼ା : ଝାରସୁଗୁଡ଼ା ସହର ନିକଟ ବସଷ୍ଟାଣ୍ଡ ନିକଟରେ ସୋମବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ବସଷ୍ଟାଣ୍ଡ ଭିତରୁ ଏକ ଘରୋଇ ବସକୁ ଷ୍ଟାର୍ଟ କରିବା ପାଇଁ ଠେଲୁଥିବା ସମୟରେ ଗାଡ଼ିଟି ଗଡ଼ିଟି ଯାଇଥିଲା। ଗାଡ଼ିଟି ରାସ୍ତା ଉପରକୁ ଗଡ଼ି ଆସିବାରୁ ଏକ ବାଇକକୁ ଧକ୍କା ଦେଇଥିଲା। ବାଇକରେ ଥିବା ୨ଜଣ ସ୍କୁଲ ଛାତ୍ର ସହ ଅଭିଭାବକ ଆହତ ହୋଇଛନ୍ତି। ଆହତଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଯୋଗ୍ୟ, ବସ ଚାଳକ ବାଇକକୁ ଦୁର୍ଘଟଣାରୁ ବଞ୍ଚାଇବାକୁ ଯାଇ ଏକ ପରିବା ମାର୍କେଟ ଦୋକାନ ଭିତରକୁ ପଶିଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଟାଉନଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରୁଛି।

Leave A Reply