ଏସିଡ ମାଡରେ ୩ ଗୁରୁତର

0

କେନ୍ଦ୍ରାପଡା: ଗୋଟିଏ ପରିବାରର ୩ଜଣଙ୍କୁ ଏସିଡ ମାଡ ହୋଇଥିବା ଅଭିଯୋଗ ହୋଇଛି। ଏପରି ଏକ ଅଭାବନୀୟ ଘଟଣା କେନ୍ଦ୍ରାପଡା ଜିଲା ମହାକାଳପଡା ବ୍ଳକ୍‍ ମାର୍ଶାଘାଇ ଥାନା ଅନ୍ତର୍ଗତ ପାଟିଳିପ ଗ୍ରାମରେ ଘଟିଛି। ଏସିଡ ମାଡରେ ପାଟିଳିପ ଗ୍ରାମର ହିମାଂଶୁ ବାରିକଙ୍କ ପରିବା ଗୁରୁତର ହୋଇଛନ୍ତି। ଆହତମାନଙ୍କୁ ପ୍ରଥମେ ଇଫକୋ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ହିମାଂଶୁଙ୍କ ଦୁଇ ଆଖି ନଷ୍ଟ ହୋଇଯାଇଥିବା ବେଳେ ତାଙ୍କ ପତ୍ନୀ ଓ ଶିଶୁ କନ୍ୟା ଆହତ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ରାତିରେ ହିମାଂଶୁ ତାଙ୍କ ପତ୍ନୀ ଓ ଝିଅ ସହିତ ସାରି ଶୋଇଥିବା ବେଳେ କେହି ଜଣେ ଦୁର୍ବୃତ୍ତ ଝରକା ବାଟେ ସେମାନଙ୍କୁ ଉପରକୁ ଏସିଡ ଫୋପାଡି ଫେରାର ହୋଇଯାଇଥିଲା। ସେମାନଙ୍କ ଚିତ୍କାର ଶୁଣି ପରିବାର ଲୋକ ଘଟଣାସ୍ଥଳକୁ ଆସିବା ପରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏ ଘଟଣା ନେଇ ଗ୍ରାମରେ ଉତ୍ତେଜନା ଦେଖା ଦେଇଛି। ଏସିଡ ମାଡର କାରଣ ଜଣାପଡ଼ିନାହିଁ।

Leave A Reply