କ’ଣ ଏହା ହେଉଛି ଆଚ୍ଛା ଦିନ୍ (ଭଲ ଦିନ) ? ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଯୁବ ବର୍ଗର ପ୍ରଶ୍ନ

0

ଉପସ୍ଥାପନା: ବୈଜୟନ୍ତି ନାୟକ ଓ ହିମାଂଶୁ ଶେଖର ସାମଲ

କେନ୍ଦ୍ରରେ ବିଜେପି ସରକାର ୪ ବର୍ଷ ପୂରଣ କରିଛି । ଆସନ୍ତା ୨୬ ତାରିଖରେ କଟକରେ ହେବାକୁ ଥିବା ଜନସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାର ଯୋଜନା ରହିଛି । ଏହି ଅବସରରେ samajalive.in ଯୁବଗୋଷ୍ଠୀଙ୍କ ସହ ଆଲୋଚନା କରି ଏହା ଜାଣିବାକୁ ପ୍ରୟାସ କରିଛନ୍ତି ଯେ, ଯଦି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦେଖା ହେବାର ସୁଯୋଗ ମିଳେ ତେବେ ସେମାନଙ୍କ ପ୍ରଶ୍ନ କ’ଣ ରହିବ ।

୧. ତରୁଣ ସେନ ନାୟକ: ପାଠପଢି ବେକାର, ଚାକିର ନାହିଁ । ଯୁବ ଗୋଷ୍ଠୀଙ୍କୁ ନିଯୁକ୍ତି କେବେ ମିଳିବ ଏବଂ ବେକରୀ ସମସ୍ୟା କେବେ ଦୂର ହେବ ?

୨. ସରୋଜ ମାନସିଂହ: ଶିକ୍ଷାକ୍ଷେତ୍ରରେ ବଜେଟର ହ୍ରାସ୍ କରାଯାଉଛି । ଏପରି କାହିଁକି କରାଗଲା ଏବଂ ଗଣତନ୍ତ୍ର ରାଷ୍ଟ୍ରରେ ଲୋକଙ୍କ କଣ୍ଠରୋଧ କରାଯାଉଛି କାହିଁକି ?

୩. ରଞ୍ଜନ କୁମାର ସାମଲ(ରାଜନୀତି ବିଜ୍ଞାନ ସ୍ନାତକତ୍ତର):  ସ୍ବଚ୍ଛ-ଭାରତ ଅଭିଯାନରେ ପରିବେଶକୁ ସ୍ବଚ୍ଛ ରଖିବା ପାଇଁ ପ୍ରଧାନମନ୍ତ୍ରୀ ସାଧାରଣ ଜନତାଙ୍କୁ ଆହ୍ବନ ଦେଲେ ଏବଂ ସଚେତନ କରାଇଲେ । କିନ୍ତୁ ପରିବେଶକୁ ପ୍ରଦୂଷଣ କରୁଥିବା ବିଭିନ୍ନ କମ୍ପାନୀ ଓ କାରଖାନାଗୁଡିକ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ କାହିଁକି ?

୪. ନମ୍ରତା: ଦେଶରେ ବଢି ଚାଲିଥିବା ଯୌନ ଶୋଷଣ କେବେ ବନ୍ଦ ହେବ ଏବଂ ବଳାତ୍କାରୀଙ୍କୁ ଉପଯୁକ୍ତ ଦଣ୍ଡ କେବେ ମିଳିବ?

୫. ପ୍ରଶାନ୍ତ କୁମାର ସାହୁ: ଅନ୍ତର୍ଜାତିକ ସ୍ତରରେ ତୈଳ ଦର ହ୍ରାସ ପାଇଥିଲେ ମଧ୍ୟ ଭାରତରେ ତୈଳ ଦର କାହିଁକି ବୃଦ୍ଧି ହେଉଛି?

୬. ବିକ୍ରମ ବେହେରା(ବାଣିଜ୍ୟ ଦ୍ବିତୀୟ ବର୍ଷ) : ଶିକ୍ଷାକ୍ଷେତ୍ର ପାଇଁ  ଆୟକର ବିଭାଗ ଆଦାୟ କରୁଥିବା ସେସ ବା ଟିକସ ସଠିକ୍ ବିନିଯୋଗ ହେଉଛି କି ?

୭. ଲିଖିଳେଶ ମିଶ୍ର: ମୋଦି ସରକାର ପାଇଁ ଆଚ୍ଛା ଦିନ୍ (ଭଲ ଦିନ) ଆସିଲା ହେଲେ ସାଧାରଣ ଜନତାଙ୍କ ପାଇଁ କେବେ ଆଚ୍ଛା ଦିନ୍ (ଭଲ ଦିନ) ଆସିବ ? କଂଗ୍ରେସ ସରକାର ଦୁର୍ନୀତି ଗ୍ରସ୍ତ ଥିଲା ବୋଲି ମୋଦି କହୁଥିଲେ । ବିଜେପି ସରକାର ବେଳେ କ’ଣ ଦୁର୍ନୀତି ହେଉ ନାହିଁ କି ?

୮. ଓମ୍ ପ୍ରକାଶ: ବିମୁଦ୍ରାକରଣ ପରେ ଜବତ ହୋଇଥିବା  କଳାଧନ  କେଉଁ ବାଟରେ ନିୟୋଜିତ ହୋଇଛି । ତାହାର ସବିଶେଷ ବିବରଣୀ ଦିଆଯାଉ ।

୯. ସାଇରାଜ ପିନାକି ରାଉତ: ଓଡିଶାରୁ ଦାରିଦ୍ର୍ୟତା ଦୂର କରିବା ପାଇଁ କ’ଣ ଯୋଜନା  କରାଯାଉଛି ?

୧୦. ଚିନ୍ମୟ ଦାସ: ଶିକ୍ଷାକ୍ଷେତ୍ରରେ ଆଖିଦୃଶିଆ ଉନ୍ନତି ହେଉନାହିଁ, କାହିଁକି ?

୧୧.  କୁଳଜିତ୍ କୁମାର: ବିଜେପି ସରକାର ସପକ୍ଷରେ ରହୁଥିବା ଲୋକଙ୍କୁ ମିତ୍ର ଓ ବିପକ୍ଷରେ ଥିବା ଲୋକଙ୍କୁ ଶତ୍ରୁ ଭଳି ବ୍ୟବହାର କରାଯାଉଛି । ଗଣତନ୍ତ୍ର ରାଷ୍ଟ୍ରରେ ଏପରି କାହିଁକି ହେଉଛି ?

୧୨. ପରେଶ କୁମାର ମୂଳିଆ: ଉଚ୍ଚଶିକ୍ଷାକ୍ଷେତ୍ରରେ କୌଣସି ଆଖିଦୃଶିଆ ପଦକ୍ଷେପ କିମ୍ବା ଯୋଜନା ଦେଖିବାକୁ ମିଳିନାହିଁ। ମୋର ପ୍ରଶ୍ନ କେବେ ଉଚ୍ଚଶିକ୍ଷା ବିଦ୍ୟାର୍ଥୀଙ୍କ ପାଇଁ ଯୋଜନା କରାଯିବ?

୧୩. ସତ୍ୟ ରଞ୍ଜନ: ବିମୁଦ୍ରାକରଣ ପରେ ମାଓବାଦୀଙ୍କ ଉପରେ ଏକ ବଡ ସଙ୍କଟ ଆସିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । କିନ୍ତୁ ମାଓହିଂସା କମ୍ ପରିବର୍ତ୍ତେ ଅଧିକ ବୃଦ୍ଧି ପାଇଛି । ସୁଇସ୍ ବ୍ୟାଙ୍କରୁ କଳା ଧନ ଫେରିଲା ନାହିଁ । ବିମୁଦ୍ରାକରଣ ଯୋଗୁଁ ଦେଶକୁ କି ଭଳି ଲାଭ ହୋଇଛି  ସେ ବିଷୟରେ ଉତ୍ତର ଦେବେକି

୧୪. ରଶ୍ମିତା ପ୍ରାଧାନ: ମୋଦି ସରକାରଙ୍କ ବେଳେ ଜିଏସଟି ଓ ବିମୁଦ୍ରାକରଣକୁ ନେଇ ଅର୍ଥନୈତିକ ସ୍ତରରେ ଏକ ବିରାଟ ପରିବର୍ତ୍ତନ ଦେଖାଦେଲା । ଅନ୍ୟପଟେ ମହାନଦୀ ସମସ୍ୟାର ସମାଧାନ ହୋଇ ନ ଥିବା ବେଳେ ନାରୀନର୍ଯାତନା ବଢିବାରେ ଲାଗିଛି । ଏହାକୁ କ’ଣ ଆଚ୍ଛା ଦିନ୍ (ଭଲ ଦିନ) ବୋଲି କହିପାରିବା କି ?

୧୫. ସ୍ବାଗତ୍ ରଞ୍ଜନ ପ୍ରଧାନ: କଂଗ୍ରେସ ସରକାର ବେଳେ ବିଜେପି ଦଳ ସବୁଠୁଁ ଗରିବ ଥିଲା। କିନ୍ତୁ ହଠାତ୍ ଅଳ୍ପ କିଛି ଦିନ ମଧ୍ୟରେ ଏହାର  ବ୍ୟୟବହୁଳ ଓ ବିଶାଳ କାର୍ଯ୍ୟାଳୟ ନିର୍ମାଣ ହେଲା କିପରି ? ଦେଶ ଗଢିବାଠୁଁ ଅଧିକ ମୋଦି ସରକାର ନିଜ ଦଳ ଗଢିବାରେ ଅଧିକ ବ୍ୟୟ କରୁଛନ୍ତି କି?

Leave A Reply