ପିକ୍ଅ‌ପ୍ ଭ୍ୟାନ ଧକ୍କାରେ ଜଣେ ମୃତ

ବରଗଡ : ବରଗଡରେ ଏକ ଅଜଣା ପିକଅପ ଭ୍ୟାନ ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ଅମ୍ବାପାଲି ଗ୍ରାମର ସୁନୀଲ ନାଗ ବୋଲି ଜଣାପଡିଛି। ସୁନୀଲ ଗୁରୁବାର ରାତି​‌ରେ ସାଇକେଲରେ ଯାଉଥିବା ବେ​‌ଳେ ଭ୍ୟାନଟି ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକମାନେ କ୍ଷତିପୂରଣ ଦାବିରେ ବରଗଡ-ବଲାଙ୍ଗୀରର ୨୬ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି।

 

Comments are closed.