ରେଢ଼ାଖୋଲ: ଦୁର୍ଘଟଣାରେ ୧ମୃତ, ୨୫ ଆହତ

0

ରେଢ଼ାଖୋଲ: ସୋମବାର ଅପରାହ୍ନ ପ୍ରାୟ ୩ଟା ବେଳେ ୫୫ ନଂ ଜାତୀୟ ରାଜପଥ ଚାରମାଳ ଥାନା ଅନ୍ତର୍ଗତ ହିଣ୍ଡୋଲ ଘାଟିଠାରେ ଏକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ଅନୁଗୁଳ ଜିଲା କିଶୋରନଗର ଥାନା ଅନ୍ତର୍ଗତ କୁସୁଣୀ ଗ୍ରାମର ମନୋଜ କୁମାର ଭୋଇ(୨୫)। ରବିବାର ରେଢ଼ାଖୋଲ ଥାନା ତ୍ରିବଣପୁର ପଞ୍ଚାୟତର ହରିପୁର ଗ୍ରାମରେ ଏକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସୋମବାର କନ୍ୟା ଘର ପକ୍ଷରୁ ଏକ ମିନି ଟ୍ରକ ଯୋଗେ ଚାରମାଳ ଥାନା ସାତସମା ଗ୍ରାମକୁ ଆସବାବପତ୍ର ନିଆଯାଉଥିଲା। ଉପରୋକ୍ତ ସ୍ଥାନରେ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଖବରପାଇ ଚାରମାଳ ପୁଲିସ ଘଟଣା ସ୍ଥଳକୁ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରିଛି। ଚିକିତ୍ସାଧୀନ ଅବସ୍ଥାରେ ମନୋଜଙ୍କ ମୃତ୍ୟୁ ହୋଇଥିଲା। ଆହତଙ୍କ ମଧ୍ୟରୁ ୫ ଗୁରୁତରଙ୍କୁ ବୁର୍ଲା ମେଡିକାଲ ପଠାଯାଇଛି।

Leave A Reply