ବସ୍‍ ଓଲଟି ୨୦ ଆହତ

ମୁଖିଗୁଡ଼ା : ଜୟପାଟଣା ବ୍ଳକ୍‍ ଅନ୍ତର୍ଗତ ରଜାମୁଣ୍ଡା ଗ୍ରାମ ନିକଟରେ ଏକ ଘରୋଇ ବସ୍‍ ଓଲଟି ପଡ଼ିବାରୁ ୨୦ ଜଣ ଆହତ ହୋଇଛନ୍ତି। ସୂଚନା ମୁତାବକ, ଜୟପାଟଣା ବ୍ଳକ୍‍ ଅନ୍ତର୍ଗତ ଶାସ୍ତୁଗୁଡ଼ା ଠାରୁ କେସିଙ୍ଗା ଅଭିମୁଖେ ଯାଉଥିବା ଘରୋଇ ବସ୍‍ ନଂ. ଓଡ଼ି୮ସି ୯୮୯୮ ସୋମବାର ବଡ଼ି ଭୋରରେ ମଙ୍ଗଳପୁର ପଞ୍ଚାୟତ ଅନ୍ତର୍ଗତ ରଜାମୁଣ୍ଡା ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ୨୦ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିଲେ। ସେମାନଙ୍କୁ ଜୟପାଟଣା ଡ଼ାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ସେମାନଙ୍କୁ ମଧ୍ୟରୁ ୩ଜଣଙ୍କୁ ଭବାନୀପାଟଣା ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Comments are closed.