ସ୍କୁଟିକୁ ଧକ୍କାଦେଲା କାର୍, ସ୍କୁଟିଚାଳକ ମୃତ୍ୟୁ

ନନ୍ଦନକାନନ : ବାରଙ୍ଗ ଥାନା ଅନ୍ତର୍ଗତ ତ୍ରିଶୁଳିଆ-ବାଙ୍କୀ ମୁଖ୍ୟରାସ୍ତା ବ୍ରାହ୍ମଣୀ ଗାଁ ପଦ୍ମନାଭ ନଗର ମଠଛକ ଠାରେ ମଙ୍ଗଳବାର ଅପରାହ୍ନ ସାଢ଼େ ୪ଟା ବେଳେ ଏକ ଇନୋଭା କାର, ଧକ୍କାରେ ଜଣେ ସ୍କୁଟି ଚାଳକ ମୃତ୍ୟୁ ହୋଇଛି। ମୃତ ଚାଳକ ଜଣକ ଏହି ଥାନା ଅନ୍ତର୍ଗତ ନରଣପୁର ଗ୍ରାମର ପ୍ରମୋଦ କୁମାର ରାଉତ (୬୫)। ସେ ଏକ ସ୍କୁଟି ଯୋଗେ ବ୍ରାହ୍ମଣୀ ଗାଁ ନିକଟସ୍ଥ ବେଣ୍ଟକାର ପଡା ଗ୍ରାମକୁ ଯାଉଥିବା ବେଳେ ତ୍ରିଶୁଳିଆ ପଟୁ ଆସିଥିବା  ଇନୋଭା କାରଟି ସ୍କୁଟି ପଛପଟୁ ଧକ୍କା ଦେଇଥିଲା। ଫଳରେ ସ୍କୁଟି ଚାଳକ ପ୍ରମୋଦ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ଖବର ପାଇ ବାରଙ୍ଗ ଥାନା ଆଇଆଇସି ଶଶିକାନ୍ତ ରାଉତ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଦୁଇଟି ଗାଡିକୁ ଜବତ କରି ଇନୋଭା ଚାଳକ ଢେଙ୍କାନାଳ ଜିଲ୍ଲା ଘାଗରା, ମୁଣ୍ଡା ଗ୍ରାମର ରଞ୍ଜନ ସେଠୀଙ୍କୁ ଗିରଫ କରି ଏକ ମାମଲା ଋଜୁ କରି ଶବ ବ୍ୟବଚ୍ଛେଦ ପାଇଁ କଟକ ବଡ ଡାକ୍ତରଖାନାକୁ ପଠାଇଛି।

Comments are closed.