କାର ଧକ୍କାରେ ବାଇକ୍ ଚାଳକ ମୃତ

0

ସୁଆଣ୍ଡୋ : ପୁରୀ ଜିଲା ସତ୍ୟବାଦୀ ଥାନା କାଦୁଆ ଛକରେ ମଙ୍ଗଳବାର ଦିନ ଏକ କାର ଧକ୍କାରେ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ବଳଙ୍ଗା ଥାନା ଭୀମବଜାର ନିକଟ ବାଲିଗାଁ ଗ୍ରାମର ଜଟାଧାରୀ ବେହେରା ଓ ତାଙ୍କ ବନ୍ଧୁ ସତ୍ୟବାଦୀ ଥାନା ଯଦୁପୁର ଗ୍ରାମର କୁମର ପାଣି ଦୁଇଟି ବାଇକ ଯୋଗେ ସାକ୍ଷୀଗୋପାଳ ବଜାରକୁ ଯାଉଥିବାବେଳେ ପଛପଟୁ ଦ୍ରୁତଗତିରେ ଆସୁଥିବା ଏକ କାର ଉଭୟଙ୍କୁ ଧକ୍କା ଦେଇଥିଲା । ଉଭୟଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ସାକ୍ଷୀଗୋପାଳ ଡାକ୍ତରଖାନାକୁ ନିଆ ଯାଇଥିଲା । ହେଲେ ସେଠାରେ ଜଟାଧାରୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ଆହତ କୁମର ପାଣି ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ପୁଲିସ ବାଇକ ଦ୍ବୟକୁ ଜବତ କରି ତଦନ୍ତ ଚଳାଇଛି ।

Leave A Reply