ଭ୍ୟାନ୍ ଓଲଟି ୨ମୃତ : ୨୦ରୁ ଉର୍ଦ୍ଧ୍ବ ଗୁରୁତର

0

ଉଦଳା : ମୟୁରଭଞ୍ଜ ଜିଲା ଉଦଳା ନିକଟସ୍ଥ ଧାନଗେରା ଠାରେ ଗୁରୁବାର ପିକ୍ଅପ୍ ଭ୍ୟାନ୍ ଓଲଟି ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଉର୍ଦ୍ଧ୍ବ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ବାରିପଦା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ଅଠରଦେଉଳା ମକରମେଳା ଦେଖିବାକୁ ଯାତ୍ରୀ ଧରି ଆସୁଥିବା ବେଳେ ଭ୍ୟାନ୍ ଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଚାଳକ ଦ୍ରୁତ ଗତିରେ ଗାଡ଼ି ଚଳାଉ ଥିବା ବେଳେ ଭାରସାମ୍ୟ ହରାଇଥିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

Leave A Reply