ଟିପ୍ପରକୁ ପଛ ପଟୁ ପିଟିଲା କାର, ସ୍ବାମୀ ମୃତ ଓ ସ୍ତ୍ରୀ ଗୁରୁତର

କାମାକ୍ଷାନଗର : କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ରାୟନୃସିଂହପୁର ପଞ୍ଚାୟତର ଗୋଦରୀ ବିଲ ଠାରେ ଏକ ସଡକ ଦୁର୍ଘଟଣା ହୋଇଛି। କାମାଖ୍ୟାନଗର-ଢେଙ୍କାନାଳ ମୁଖ୍ୟରାସ୍ତାରେ ଗୁରୁବାର ସକାଳେ ରାସ୍ତାରେ ଠିଆ ହୋଇଥିବା ଟିପ୍ପରକୁ ଏକ କାର ପଛ ପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସ୍ବାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି। ସ୍ତ୍ରୀଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ହେଉଛନ୍ତି କଙ୍କଡାହାଡ ବ୍ଲକର ସହକାରୀ ଯନ୍ତ୍ରୀ ଏସ୍.ନବୀନ କୁମାର। ତାଙ୍କ ପତ୍ନୀ ଶ୍ରୀପତି ପ୍ରଶାନ୍ତି ଗୁରୁତର ଅଛନ୍ତି।

Comments are closed.