ଅଜଣା ଗାଡ଼ି ଧକ୍କାରେ ୨ ବାଇକ୍ ଆରୋହୀ ମୃତ

ବଣାଇ : ସୁନ୍ଦରଗଡ଼ ଜିଲା ବଣାଇ ସ୍ଥିତ ତେନସା ଘାଟି ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡ଼ି ଧକ୍କାରେ ଦୁଇଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ, ବାଇକଟି ତେନସା ଘାଟି ନିକଟରେ ଯାଉଥିବା ବେଳେ ହଠାତ୍ ପଛପଟୁ ଏକ ଅଜଣା ଗାଡ଼ି ଆସି ଧକ୍କା ଦେଇଥିଲା। ଫଳରେ ବାଇକରେ ଯାଉଥିବା ଦୁଇଜଣ ବ୍ୟକ୍ତି ରାସ୍ତା ଉପରକୁ ଛିଟ୍କି ପଡ଼ିଥିଲେ ଓ ଘଟଣାସ୍ଥଳରେ ହିଁ ଦୁହିଁଙ୍କ ମୃତ୍ୟୁ ଘଟିଛି। ତେବେ ଏଯାବତ୍ ମୃତକଙ୍କ ପରିଚୟ ମିଳିପାରିନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।

Comments are closed.