ପୁଲିସ ଷ୍ଟପରରେ ପିଟି ହୋଇ ବାଇକ୍ ଚାଳକ ଗୁରୁତର

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଟାଙ୍ଗରପଡା ଛକ ନିଟରେ ଏକ ଅଭାବନୀୟ ଘଟଣା ଘଟିଛି । ପୁଲିସ ଷ୍ଟପରରେ ପିଟି ହୋଇ ଜଣେ ବାଇକ୍ ଚାଳକ ଗୁରୁତର ହୋଇଛନ୍ତି । ତାଙ୍କୁ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ କେନ୍ଦୁଝର ସହରର ମାଧପୁର ଗ୍ରାମର ସୁମିତ କୁମାର ତରେଇ ଏକ ବାଇକ୍ ଯୋଗେ କେନ୍ଦୁଝରରୁ ପାଟଣା ଅଭିମୁଖେ ଆସୁଥିବା ସମୟରେ ପାଟଣା ଥାନା ଅନ୍ତର୍ଗତ ଟାଙ୍ଗରପଡା ଛକରେ ଥିବା ପୁଲିସ ଷ୍ଟପରରେ ଭାରସାମ୍ୟ ହରାଇ ପିଟ ହୋଇ ଦୁର୍ଘଟଣାଗ୍ରସ୍ଥ ହୋଇଥିଲେ । ଦୁର୍ଘଟଣାରେ ସୁମିତଙ୍କ ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଛି । ଖବରପାଇ ପାଟଣା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ସୁମିତ୍ ଙ୍କୁ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ । ଅବସ୍ଥା ଅଧିକ ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

Comments are closed.