ଟ୍ରକ ହାଇବା ଧକ୍କା, ଜଣେ ମୃତ

0

ମାଲକାନଗିରି : ମାଲକାନଗିରି ସଦର ଥାନା ଅନ୍ତର୍ଗତ ବନ୍ଧଗୁଡା ନିକଟରେ ଟ୍ରକ ସହ ହାଇବା ମୁହାଁ ମୁହିଁ ଧକ୍କା ଫଳରେ ହାଇବା ଡ୍ରାଇଭରଙ୍କ ମୃତ୍ୟୁ ଘଟିଛିା ଘଟଣାରୁ ପ୍ରକାଶ ଯେ, ଜୟପୁରରୁ ଏକ ସିମେଣ୍ଟ ବୋଝେଇ ଟ୍ରକ ମାଲକାନଗିରି ଆସୁଥିବା ବେଳେ ବିପରିତ ଦିଗରୁ ଏକ ହାଇବା ଗାଡି ଯାଉଥିଲା ତେବେ ଟ୍ରକ ଡ୍ରାଇଭର ମଦ୍ୟପାନ କରିଥଇବାରୁ ଭାରସାମ୍ୟ ହରାଇ ହାଇବାକୁ ଧକ୍କା ଦେଇଥିବା ଅନୁମାନ କରାଯାଉଛିା ଘଟଣା ସ୍ଥଳରେ ଗଣେଶ ଝା ନାମକ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛିା ମାଲକାନଗିରି ସଦର ଆଇ.ଆଇ.ସି. ଆର୍‍.କେ. ସାହୁ ଘଟଣା ସ୍ଥଳରେ ପହଞ୍ଚି ଟ୍ରକ ଡ୍ରାଇଭରକୁ ଗିରଫ କରିବା ସହ ଶବ ବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛନ୍ତିା

Leave A Reply