ସଡକ ଦୁର୍ଘଟଣାରେ ଦୁଇ ମୃତ

0

ଧର୍ମଗଡ଼ : କଳାହାଣ୍ଡି ଜିଲା ଧର୍ମଗଡ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିଲା। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ସୂଚନା ଅନୁସାରେ ରଣମାଲ ପଞ୍ଚାୟତର ହବିନ ଗହିର ଓ ମୋଟେର ପଞ୍ଚାୟତର ଦୁଷ୍ମନ୍ତ ମାଝୀ ଜୁନାଗଡରୁ ଏକ ପିକପ ଭ୍ୟାନ ଯୋଗେ ଗାଁକୁ ଫେରୁଥିଲେ। ବାଟରେ ପଖନାଗୁଡା ଛକରେ ଓହ୍ଳାଇବାବେଳେ ଏକ ଅଜଣା ଗାଡ଼ି ସେମାନେ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ଜୁନାଗଡ ଡାକ୍ତରଖାନା ନିଆଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply