ସଡକ ଦୁର୍ଘଟଣା : ଦୁଇ ବାଇକ ଆରୋହୀ ଗୁରୁତର

0

ଯାଜପୁର : ଯାଜପୁର ବରୁହାଁ ଛକ ନିକଟରେ ଜିପ୍‍ ଓ ବାଇକ୍‍ ମଧ୍ୟରେ ଏକ ସଡକ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ଦୁଇଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ ବାଳାଶ୍ରମ ପଡିଆରେ ହେଉଥିବା ଜଗନ୍ନାଥ ଚେତନା ଅଧିବେଶନ କାର୍ଯ୍ୟକ୍ରମରେ ଆସିଥିବା ଜିପ୍‍ ଫେରୁଥିବା ସମୟରେ ବରୁହାଁ ଛକ ନିକଟରେ ଦୁର୍ଘଟଣାଗସ୍ତ ହୋଇଥିଲା। ଦୁଇଜଣ ବାଇକ ଆରୋହୀ ୟୁସୁଫ୍‍ ଓ ଅସପକ୍‍ଙ୍କୁ ଜିପ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥା ଦୁଇ ବାଇକ ଆରୋହୀଙ୍କୁ ସ୍ଥାନୀୟ ଲୋକେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଆଣିଛନ୍ତି। ପୁଲିସ୍‍ ସୂଚନା ପାଇ ଉଭୟ ଗାଡିକୁ ଜବତ କରିଛି।

Leave A Reply