ଦୁର୍ଘଟଣାରେ ୨ ମୃତ, ୪ଗୁରୁତର

0

ବାଲେଶ୍ୱର: ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଚାରିଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ସୂଚନା ଅନୁଯାୟୀ, ଏକ ଟେମ୍ପୁକୁ ଏକ ମାରୁତି ଭ୍ୟାନ୍‍ ଧକ୍କା ଦେଇଥିଲା। ରୁପ୍‍ସା ଥାନା ସାମ୍ନାରେ ଘଟିଥିଲା ଏହି ଦୁର୍ଘଟଣା। ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ବ୍ରଜମୋହନ ସେନାପତି ଓ କମଳାକାନ୍ତ ସ୍ୱାଇଁ। ସମସ୍ତଙ୍କ ଘର ରୁପ୍‍ସା ଅଞ୍ଚଳରେ ବୋଲି ଜଣାପଡ଼ିଛି।

Leave A Reply