ବସ୍‍ ଦୁର୍ଘଟଣାରେ ଜଣେ ମୃତ,୨ଗୁରୁତର

0

ପାଟଣାଗଡ଼: ପାଟଣାଗଡ଼ ବ୍ରହ୍ମପୁରା ନିକଟରେ ବସ୍‍ ଧକ୍କାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ହେବା ସହ ୨ଜଣ ଆହତ ହୋଇଛନ୍ତି। ଉତ୍ତ୍ୟକ୍ତ ଲୋକେ ପୁଲିସ ଉପସ୍ଥିତିରେ ବସଟିକୁ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଥିଲେ।
ସୂଚନା ଅନୁଯାୟୀ, ବୁଧବାର ସକାଳ ୧୦.୩୦ମିନିଟ ସମୟରେ ବଳରାମ ସା (୨୨) ନିଜ ବାଇକ ଯୋଗେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରୁ ଦୁଇ ଶିଶୁଙ୍କୁ ନେଇ ସାଲେପାଲେରୀ ଗ୍ରାମକୁ ଆସୁଥିଲେ। ପାଟଣାଗଡ ବ୍ରହ୍ମପୁରା ନିକଟସ୍ଥ ଭୂସାଗର ବନ୍ଧ ଉପରେ କଣ୍ଟାବାଞ୍ଚିରୁ ବଲାଙ୍ଗୀର ଅଭିମୁଖେ ଯାଉଥିବା ରାଜଲକ୍ଷ୍ମୀ ବସଟି ବାଇକକୁ ଧକ୍କା ଦେବା ସହିତ ବାଇକ୍‍ ଉପରେ ଚଢିଯାଇଥିଲା। ଆହତମାନଙ୍କୁ ୁଉଦ୍ଧାର କରି ପ୍ରଥମେ ପାଟଣାଗଡ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପରେ ସେମାନଙ୍କୁ ବଲାଙ୍ଗୀର ସ୍ଥାନାନ୍ତର କରାଯିବା ସମୟରେ ରାସ୍ତାରେ ଅନନ୍ୟା(୪)ଙ୍କ ମୃତ୍ୟୁ ହୋଇଥିଲା। ଗୁରୁତର ଆହତ ବଳରାମ ସାଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଥିବା ଜଣାପଡିଛି। ଅନ୍ୟ ଜଣେ ଆହତଙ୍କୁ ଚିକତ୍ସା ପରେ ଘରକୁ ପଠାଇ ଦିଆଯାଇଛି।

Leave A Reply