ସଡକ ଦୁର୍ଘଟଣାରେ ମା,ଝିଅ ମୃତ ଓ ବାପା ଗୁରୁତର

0

ଗଞ୍ଜାମ: ସଡକ ଦୁର୍ଘଟଣାରେ ମା ଓ ଝିଅର ମୃତ୍ୟୁ ଘଟିଛି। ଆସ୍କା- କବିସୂର୍ୟ୍ୟନଗର ମୁଖ୍ୟ ରାସ୍ତାର ମୁକୁନ୍ଦପୁର ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏକ ବାଇକରେ ବାପା,ମା ଓ ଝିଅ ଯାଉଥିବା ବେଳେ ଏକ ଟ୍ରକ୍ ପଛରୁ ଧକ୍କା ଦେଇଥିଲା । ଫଳରେ ରାସ୍ତା ଉପରୁ ମା ଓ ଝିଅ ଛିଟିକି ପଡିଥିଲେ । ଝିଅଟିର ମୁଣ୍ଡ ଉପରେ ଟ୍ରକଟି ଚଢି ଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଦୁଇ ଆହତଙ୍କୁ ମେଡିକାଲ ନେବା ବାଟରେ ମା’ର ମୃତ୍ୟୁ ଘଟିଥିବା ଜଣାପଡିଛି। ଏଥିରେ ଆହତ ବାପାର ଅବସ୍ଥା ଗୁରୁତର ଥିବା ଜଣାପଡିଛି।

Leave A Reply