ସଡକ ଦୁର୍ଘଟଣାରେ ୨ମୃତ

0

କଲମପୁର/ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା-ଜୁନାଗଡ ୨୬ନଂ ଜାତୀୟରାଜପଥରେ ଏକ ସଡକ ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ଘଟଛି।୨୬ନଂ ଜାତୀୟରାଜପଥର କୁର୍ତ୍ତୁଖମାର ନିକଟରେ ଦୁଇଟି ମଟର ସାଇକଲ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ଦୁଇଜଣ ଜୁନାଗଡ ବ୍ଲକ ଅର୍ନ୍ତଗତ ମଥୁରା ଗ୍ରାମର ଶଙ୍କର ଜିତ ପଣ୍ଡା (୨୬) ଏବଂ ଭବାନୀପାଟଣା ବ୍ଲକର ଘନ ଗଉଡ (୨୭) ବୋଲି ପୁଲିସ ସୂତ୍ରରୁ ପ୍ରକାଶ।

Leave A Reply