ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ

0

ଖୁଣ୍ଟା: ମୟୁରଭଞ୍ଜ ଜିଲା ଖୁଣ୍ଟା ଥାନା ପୁରୁଣାପଣି-ସପଞ୍ଚୁଆ ପ୍ରଧାନମନ୍ତ୍ରୀ ସଡ଼କର ନୂଆସାହି ଗ୍ରାମରେ ଥିବା ଧାନ କୁଟା ହଲର ନିକଟରେ ଦୁର୍ଘଟଣା ଘଟିଛି। କମାଣ୍ଡର ଓ ବାଇକ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବାଇକ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଉଛନ୍ତି ସପଞ୍ଚୁଆ ଗ୍ରାମର ବିକର୍ତ୍ତନ ନାଏକ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି । ଉତ୍ତ୍ୟକ୍ତ ଲୋକମାନେ କମାଣ୍ଡର ଗାଡି ଚାଳକକୁ ବାନ୍ଧି ରଖିଥିଲେ । ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ସରକାରୀ ସହାୟତା  କମାଣ୍ଡର ଦାୟିତ୍ୱରେ ଥିବା  ମାଲିକଙ୍କ ଦ୍ୱାରା ଆର୍ଥିକ ସହାୟତା ଏବଂ ଅନ୍ୟାନ୍ୟ ଦାବି ପୂରଣ ପାଇଁ ପ୍ରତିଶୃତି ପରେ ଲୋକେ ବନ୍ଧା ହୋଇଥିବା ଡ୍ରାଇଭରକୁ ଛାଡିଥିଲେ । ପୁଲିସ ବିକର୍ତ୍ତନ ନାଏକଙ୍କ ମୃତଦେହକୁ ବ୍ୟବଛେଦ ପାଇଁ ବାରିପଦା ପଠାଇଛି।

 

 

Leave A Reply