ଦୁଇଟି ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା; ୨ ମୃତ ଓ ୩ ଗୁରୁତର

0

ବାଲେଶ୍ବର: ୧୬ ନମ୍ବର ଜାତୀୟ ରାଜପଥର ସେନାପତି ଫିଲିଙ୍ଗ ଷ୍ଟେସନ ସମ୍ମୁଖରେ ଦୁଇଟି ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଗୋଟି ଟ୍ରକ୍ ରାସ୍ତା କଡକୁ ଓଲଟି ପଡିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ସେମାନେ ମାର୍କୋଣା ଡାକ୍ତରଖାନାରେ ଚିକିତ୍ସଧୀନ ଅଛନ୍ତି। ମୃତକଙ୍କ ପରିଚୟ ମିଳିନାହିଁ । 

ସେହିପରି ପଥର ବୋଝେଇ ଟ୍ରାକ୍ଟର ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟଲୋକେ ଟ୍ରାକ୍ଟର ଚାଳକଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି।

Leave A Reply