ଜେସିବି ଧକ୍କାରେ ୩ ମୃତ, ଘଟଣାସ୍ଥଳରେ ଉତ୍ତେଜନା

0

ବରଗଡ଼: ବରଗଡ଼ ଜିଲା ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ପେଟୁପାଲି ନିକଟର ଏକ ମୋଡ଼ାଣି ରାସ୍ତାରେ ଏକ ବାଇକ ସହ ଜେସିବିର ଧକ୍କା ଲାଗିବାରୁ ଘଟଣା ସ୍ଥଳରେ ଦୁଇ ନାବାଳକଙ୍କ ସହ ତିନି ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି ।

ପ୍ରାପ୍ତ ସୂଚନା ଅନୁଯାୟୀ, ଡ଼ଙ୍ଗର କେର୍ମେଲି ଗ୍ରାମର ନବମ ଶ୍ରେଣୀରେ ପଢ଼ୁଥିବା ଦୁଇ ଜଣ ଛାତ୍ର ଟିଉସନ ସାରି ଘରକୁ ଫେରିବା ପାଇଁ ସରୋଜ ପ୍ରଧାନ ନାମକ ବାଇକ ଆରୋହୀଙ୍କୁ ଲିଫ୍ଟ ମାଗିଥିଲେ। ଫେରନ୍ତା ବାଟରେ ରାସ୍ତା ମୋଡାଣୀ ଠାରେ ରାସ୍ତା ପାଶ୍ୱର୍ରେ ଥିବା ଏକ ଜେସିବ ସହ ବାଇକଟିର ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ଡ଼ଙ୍ଗର କେର୍ମେଲି ଗ୍ରାମର ବାଇକ ଆରୋହୀ ସରୋଜ ପ୍ରଧାନଙ୍କ ସହ ନୂଆପାଲି ଗ୍ରାମର ଛାତ୍ର କୌସ୍ତୁଭ ଭୋଇ ଓ ଛୁରିଆପାଲି ଗ୍ରାମର ଛାତ୍ର ଆକାଶ କୁଅଁରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଉକ୍ତ ଜେସିବିଟି ସୋହେଲା ନୂଆପଡ଼ା ବିଜୁ ଏଏକ୍ସପ୍ରେସ ହାଇୱେ ନିର୍ମାଣ କାର୍ଯ୍ୟରେ ଦିୟୋଜିତ ଥିବା ଜଣାପଡ଼ିଛି । ଏହି ଘଟଣା ପରେ ଉତ୍ୟକ୍ତ ଲୋକେ ସୋହେଲା ପଦ୍ମପୁର ବିଜୁଏକ୍ସପ୍ରେସ ୱେକୁ ବନ୍ଦ କରିବା ସହ ଜେସିବି ସହ ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଠିକାଦାରଙ୍କ କ୍ୟାମ୍ପକୁ ପୋଡ଼ି ଦେଇଥିଲେ ।

ଖବର ପାଇ ମେଲଛାମୁଣ୍ଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରଦର୍ଶନକାରୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ପରିସ୍ଥିତି ଶାନ୍ତ ହୋଇନଥିଲା।  ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ କ୍ଷତିପୂରଣ ଦାବିରେ ଧାରଣା ଅବ୍ୟାହତ ରହିଛି ଏବଂ ପରିସ୍ଥିତି ଏବେ ବି ଉତ୍ତେଜନାପୂର୍ଣ୍ଣ ରହିଥିବା ଜଣାପଡିଛି ।

Leave A Reply