ମର୍ମନ୍ତୁଦ ଦୁର୍ଘଟଣା: ୧୭ ମୃତ, ୨୧ ଆହତ

0

ଆଗ୍ରା: ଉତ୍ତରପ୍ରଦେଶର ମୈନପୁରୀ ଜିଲାରେ ବସ ଓଲଟି ୧୭ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୨୧ ଜଣ ଆହତ ହୋଇଛନ୍ତି। ପୁଲିସ ସୂଚନା ଅନୁଯାୟୀ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଘରୋଇ ଭଲ୍‍ଭୋ ବସ୍‍ର ଡ୍ରାଇଭର ଭାରସମ୍ୟ ହରାଇବାରୁ ରାସ୍ତା ଡିଭାଇଡ୍‍ରେ ପିଟି ହୋଇ ରାସ୍ତା କଡ଼କୁ ବସ୍‍ଟି ଓଲଟି ପଡ଼ିଥିଲା। ସକାଳ ୫ଟା ପାଖାପାଖି ସମୟରେ କିରାଟପୁର ନିକଟ ଦାନ୍ନାହାର ଥାନା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା। ବସ୍‍ଟି ଜୟପୁରରୁ ଫାରୁଖାବାଦ୍‍ ଯାଉଥିଲା।

Leave A Reply