ଦୁର୍ଘଟଣାରେ ୧ ମୃତ, ୨ ଆହତ

0

ପାରଳାଖେମୁଣ୍ଡି: ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ଓ ଆହତଙ୍କ ପରିଚୟ ମିଳିପାରିନାହିଁ। ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ ତିନିଜଣ ଏକ ମୋଟର ସାଇକେଲ୍‍ରେ ଯାଉଥିବା ବେଳେ କତଲକଇଠାଠାରେ ଏହି ଦୁର୍ଘଟଣା ଘଟିଥିଲା। ଚାଳକ ଭାରସମ୍ୟ ହରାଇବାରୁ ମୋଟର ସାଇକେଲ୍‍ ମନ୍ଦିର କାନ୍ଥରେ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ଘଟିଥିଲା। ଆହତଙ୍କୁ ସ୍ଥାନୀୟ ଲୋକେ ପାରଳାଖେମୁଣ୍ଡି ଡାକ୍ତରଖାନାକୁ ନେଇଛନ୍ତି।

Leave A Reply