ପିକଅପ ଭ୍ୟାନ ଦୁର୍ଘଟଣା ଗ୍ରସ୍ତ,୨୫ ଆହତ ଓ ଜଣେ ମୃତ

0

ବରଗଡ଼: ବରଗଡ଼ ଜିଲାର ଘେଁସ ନିକଟରେ ବରଗଡ଼-ପଦ୍ମପୁର ରାସ୍ତାରେ ଏକ ପିକଅପ୍‍ ଭ୍ୟାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ପିକଅପ ଭ୍ୟାନଟି ବ୍ରିଜରେ ପିଟି ହୋଇଯିବାରୁ ଦୁର୍ଘଟଣାଟି ଘଟିଛି। ଏହି ଦୁର୍ଘଟଣାରେ ପ୍ରାୟ ୨୫ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ପିକଅପ୍‍ ଭ୍ୟାନ୍‍ରେ ୬ଜଣ ସମେତ ୨୫ରୁ ଅଧିକ ଲୋକ ଥିବା ଜଣା ପଡ଼ିଛି। ସମସ୍ତେ ଦେବଗଡ଼ କୁ କେନ୍ଦୁପତ୍ର ବାନ୍ଧିବାକୁ ଯାଉଥିବା ବେଳେ ରାତି ୨ଟାରେ ଏହି ଦୁର୍ଘଟଣାଟି ଘଟିଛି। ମୃତ ବ୍ୟକ୍ତିଙ୍କ ନାମ କଦମ ସୁନାନୀ(୫୦) ବୋଲି ଜଣା ପଡ଼ିଛି। ଅନ୍ୟ ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ବରଗଡ଼ ମୁଖ୍ୟ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave A Reply