ଗଛରେ ପିଟି ହେଲା ବାଇକ, ୩ ମୃତ

0

ମୋହନା: ମୋହନା ଥାନା ଚନ୍ଦ୍ରଗିରି ତିବ୍ବତ କଲୋନୀ ନିକଟରେ ଥିବା ଛିଟିଙ୍ଗ ଘାଟିରେ ଏକ ବାଇକ ଗଛକୁ ପିଟି ହୋଇ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ତିନିଜଣଙ୍କ ମୃତ୍ୟୁ ଘଟିଛି। ମୃତ ମାନଙ୍କ ମଧ୍ୟରେ ଗଂଜାମ ଜିଲ୍ଲା ଜରଡା ଥାନା ସିନ୍ଦୁରପୁର ଗ୍ରାମର ଜଟିଆ ବଳିଆରସିଂହ, ଆର ଉଦୟଗିରି ଥାନା ପୁଇପାଣି ଗାଁର ଦିବାକର ବଳିଆରସିଂହ, ଅନ୍ୟ ଜଣକର ରମେଶ ବଳିଆରସିଂହ ଜରଡା ଥାନା ସିନ୍ଦୁରପୁର ଗ୍ରାମର ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଗତ କାଲି ବିଳମ୍ବିତ ରାତିରେ ଉକ୍ତ ତିନିଜଣ ଏକ ଟିଭିଏସ ବାଇକରେ ଚନ୍ଦ୍ରଗିରି ରୁ ମହେନ୍ଦ୍ରଗଡ ଯାଉଥିବା ବେଳେ ଭାରସାମ୍ୟ ହରାଇ ଗଛକୁ ପିଟି ହୋଇ ଦୁର୍ଘଟଣା ଘଟିଛି। ଯାହା ଫଳରେ ଘଟଣା ସ୍ଥଳରେ ତିନିଜଣ ମୃତ୍ୟୁ ହୋଇଛି। ଖବର ପାଇ ଦୁର୍ଘଟଣା ଘଟଣାରେ ମୋହନା ପୁଲିସ ପହଞ୍ଚି ତଦନ୍ତ ଚଲାଇଛି। ମୃତ ଶରୀରକୁ ଚନ୍ଦ୍ରଗିରି ମେଡିକାଲରେ ରଖାଯାଇଛି। ଏପର୍ୟ୍ୟନ୍ତ ମୃତକ ପରିବାର ଲୋକେ ପହଞ୍ଚି ନାହାନ୍ତି।

Leave A Reply