ହାଇୱା ଓ ପିକ୍ଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା, ଜଣେ ମୃତ

0

ଭଦ୍ରକ: ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ କମାରିଆ ବଜାର ନିକଟରେ ଭଦ୍ରକରୁ ବାଲିଚନ୍ଦ୍ରପୁର ଯାଉଥିବା ଏକ ହାଇୱା ସହିତ ବାଲିଚନ୍ଦ୍ରପୁରରୁ ଭଦ୍ରକ ଆସୁଥିବା ପିକ୍ଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଦୁର୍ଘଟଣାସ୍ଥଳରେ ହାଇୱା ଚାଳକ ଅମୁଲ୍ୟ ଜେନାଙ୍କ ମୃତ୍ୟୁ ଘଟିଛି ଏବଂ ପିକ୍ଅପ୍ ଭ୍ୟାନ୍ ଚାଳକ ଆହତ ହୋଇଛନ୍ତି । ଆହତଙ୍କୁ ବାଲିଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଯାଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଦୁଇଟି ଗାଡିକୁ ଜବତ କରିଛି ।

Leave A Reply