କାର୍ ଦୁର୍ଘଟଣାରେ ଦୁଇ ଯୁବ ବ୍ୟବସାୟୀ ମୃତ

0

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରର ଦୁଇ ଯୁବ ବ୍ୟବସାୟୀ ଦିନେଶ ଜୈନ ଏବଂ ସଂଜୟ ଆଗ୍ରୱାଲ ସୁନ୍ଦରଗଡରୁ ଫେରୁଥିବା ବେଳେ ପୋଲତଳକୁ କାର ଖସି ପଡିଥିଲା । ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟ, ଗତ ୧୪ ତାରିଖ ରାତି ପ୍ରାୟ ୨ଟା ସମୟରେ କେସିଙ୍ଗା ଠାରୁ ମାତ୍ର ୯ କିମି ଦୂର ୨୬ ନମ୍ବର ଜାତୀୟ ରାଜପଥର କିନ୍ଦେରକେଲା ନିକଟରେ ଭାରାସାମ୍ୟ ହରାଇ ନବ ନିର୍ମିତ ପୋଲତଳକୁ କାରଟି ଖସି ପଡିଥିଲା । ଆଜି ସକାଳୁ ଏହି ଖବର ଜଣା ପଡିବା ପରେ କେସିଙ୍ଗା ସହର ଓ ଆଖପାଖ ଅଞ୍ଚଳର ଲୋକ ଏବଂ କେସିଙ୍ଗା ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ । ପୁଲିସ ଦିନେଶ ଓ ସଂଜୟର ଶବ ଉଦ୍ଧାର କରି କେସିଙ୍ଗା ଡାକ୍ତରଖାନାକୁ ବ୍ୟବଛେଦ ପାଇଁ ପଠାଇଛନ୍ତି ।

Leave A Reply