ଅଟୋ ବାଇକ୍ ମୁହାଁମୁହିଁ  ଧକ୍କା ବାଇକ୍ ଚାଳକ ଗୁରୁତର

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ବାଉଁଶୁଳୀ ଗ୍ରାମ ନିକଟରେ ଅଟୋ ବାଇକ ମୁହାଁମୁହିଁ ଧକ୍କାରେ ଜଣେ ବାଇକ ଚାଳକ ଗୁରୁତର ହୋଇଥିବା ଜଣାପଡ଼ିଛ। ଗୁରୁତର ଥିବା ବାଇକ ଚାଳକ ହେଲେ ନିତ୍ୟାନନ୍ଦ ମହାନ୍ତି ।

ସୂଚନା ଅନୁଯାୟୀ, ନିତ୍ୟାନ୍ଦ ବାଉଁଶୁଳୀ ଗ୍ରାମରୁ ଡାଙ୍ଗରାଣି ଯାଉଥିବା ସମୟରେ ଡାବରଚୁଆ ଛକ ନିକଟରେ କେନ୍ଦୁଝର ପଟୁ ଆସୁଥିବା ଏକ ଯାତ୍ରୀବାହୀ ଅଟୋ ସହ ନିତ୍ୟାନନ୍ଦଙ୍କ ବାଇକକୁ  ଧକ୍କା ଦେଇଥିଲା। ଘଟଣା ସ୍ଥଳରୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ନିତ୍ୟାନନ୍ଦଙ୍କୁ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Comments are closed.